ଭାରତ ମଧ୍ୟ ଚୀନ ସେନାଙ୍କୁ ବନ୍ଦୀ କରିଥିଲା,କେନ୍ଦ୍ରମନ୍ତ୍ରୀ ଭି.କେ.ସିଂଙ୍କ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଭି.କେ.ସିଂ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଆଜି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଚୀନ ସେନା ଭାରତର କେତେକ ଯବାନଙ୍କୁ ବନ୍ଦୀ କରି ପରେ ମୁକ୍ତ କରିଥିବା କେତେକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ଭାରତ ମଧ୍ୟ କିଛି ଚୀନ ସେନାଙ୍କୁ ବନ୍ଧକ ରଖିଥିଲା ଓ ସେମାନଙ୍କୁ ମୁକ୍ତ କରିଥିଲା ।

ସେ କହିଛନ୍ତି ଯେ ଗଲଓ୍ଵାନ ଘାଟି ଏବେ ବି ଭାରତର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏଥିରେ ଥିବା ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲ ପଏଣ୍ଟ ୧୪ ଏବେ ବି ଭାରତୀୟ ସେନା କବଜାରେ ରହିଛି । ତେବେ ଘାଟିର କିଛି ଅଂଶ ୧୯୬୨ରୁ ଚୀନ କବଜାରେ ରହିଛି । ସେବେଠାରୁ ସ୍ଥିତାବସ୍ଥା ବଦଳିନି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆମର ୨୦ ସହିଦ ହୋଇଛନ୍ତି, ତାଙ୍କର ନିଶ୍ଚିତ ଭାବେ ଦୁଇଗୁଣ ମରିଥିବେ ।

ଆଜି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଲଦାଖରେ ଥିବା ଗଲଓ୍ଵାନ ଘାଟି ସଂପର୍କରେ ଭାରତର ସ୍ଥିତି ଐତିହାସିକଭାବେ ସ୍ପଷ୍ଟ ରହିଆସିଛି । ପ୍ରକୃତ ନିୟନ୍ତ୍ରଣ ରେଖା ସଂପର୍କରେ ଚୀନ ପକ୍ଷରୁ ଏବେ କରାଯାଉଥିବା ଅଯୌକ୍ତିକ ଦାବି ଗ୍ରହଣୀୟ ନୁହେଁ । ଭାରତୀୟ ସେନା ସବୁବେଳେ ଏଲଏସି ସଂପର୍କରେ ସଚେତନ ରହି ଆସିଛନ୍ତି ଓ ସେହି ଅନୁସାରେ କାର୍ଯ୍ୟକରନ୍ତି ବୋଲି ଭାରତ କହିଛି ।

ସମ୍ବନ୍ଧିତ ଖବର