‘ଆଲ୍ଲାଙ୍କ ପରେ ଆପଣ ଆମ ପାଇଁ ଦ୍ୱିତୀୟ ଭଗବାନ’: କାହିଁକି ସୁଷମାଙ୍କୁ ଏପରି ଲେଖିଲେ ଜଣେ ପାକିସ୍ତାନୀ!

ଇସ୍‌ଲାମବାଦ୍‌: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କେବଳ ଭାରତ ନୁହେଁ, ପାକିସ୍ତାନୀମାନଙ୍କ ପ୍ରତି ମଧ୍ୟ ନିଜର ମାନବିକତା ଦେଖାଇ ଚର୍ଚ୍ଚା ପାଲଟିଛନ୍ତି। ଜଣେ ପାକିସ୍ତାନୀଙ୍କୁ ଭାରତରେ ଚିକିତ୍ସା ପାଇଁ ଡାକ୍ତରୀ ଭିସା  ପ୍ରଦାନ କରି ଜଣେ ସହୃଦୟ ବ୍ୟକ୍ତିର ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଥିଲେ ସୁଷମା। ଭାରତ-ପାକିସ୍ତାନ ଭିତରେ ଥିବା ଶତ୍ରୁତାକୁୁ ଖାତିର ନ କରି ସୁଷମା ଯେଉଁଭଳି ଭାବେ ଉଦାରପଣ ଦେଖାଇଥିଲେ ସେଥିପାଇଁ ସେ ସାରା ବିଶ୍ୱରେ ସମ୍ମାନୀୟା ହୋଇ ପାରିିଥିଲେ।

ସୁଷମାଙ୍କର ଏହି ଉଦାରପଣ ପାଇଁ ତାଙ୍କୁ ପାକିସ୍ତାନସ୍ଥିତ ଲହୋରର ଶାହାଜୈବ ଇକ୍‌ବାଲ ଖୁବ୍‌ ପ୍ରଶଂସା କରିଥିଲେ। ଇକ୍‌ବାଲ ୨୦୧୭ ମସିହାରେ ସୁଷମାଙ୍କ ନିକଟରେ ନିଜର ଯକୃତ ପ୍ରତିରୋପଣ ପାଇଁ ଭାରତକୁ ଆସିବାକୁ ଡାକ୍ତରୀ ଭିସା ପାଇଁ ନିବେଦନ କରିଥିଲେ। ସୁଷମା ତାଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ଡାକ୍ତରୀ ଭିସା ପ୍ରଦାନ କରିଥିଲେ।

ସୁଷମାଙ୍କୁ ବ୍ୟକ୍ତି ଜଣକ ପ୍ରଥମେ ଟ୍ଵିଟ୍‌ କରି ଲେଖିଥିଲେ, ‘ଆଲ୍ଲାଙ୍କ ପରେ ଆପଣ ଆମ ପାଇଁ ଦ୍ୱିତୀୟ ଆଶା। ଦୟାକରି ଆମକୁ ଡାକ୍ତରୀ ଭିସା ପ୍ରଦାନ କରିବାକୁ ଇସ୍‌ଲାମବାଦ ଦୂତାବାସକୁ ଅନୁମତି ଦିଅନ୍ତୁ ।’

ସୁଷମା ଏହି ଟ୍ଵିଟ୍‌ର ଉତ୍ତର ଦେଇ ଲେଖିଥିଲେ, ‘ଭାରତ ଆପଣଙ୍କ ବିଶ୍ୱାସକୁ ଭଙ୍ଗ କରିବ ନାହିଁ। ଆମେ ଖୁବ୍‌ ଶୀଘ୍ର ଭିସାକୁ ମଞ୍ଜୁରି ଦେବୁ।’

ସମ୍ବନ୍ଧିତ ଖବର