କରୋନା ଭାଇରସର ଉତ୍ପତ୍ତିସ୍ଥଳ ସଂପର୍କରେ ତଦନ୍ତ ପାଇଁ ଚୀନରେ ପହଞ୍ଚିଲେ ଡବ୍ଲୁଏଚଓ ବିଶେଷଜ୍ଞ ଦଳ

ବେଜିଂ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଚାଲିଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଏକ ଦୁଇଜଣିଆ ବିଶେଷଜ୍ଞଦଳ କରୋନା ଉତ୍ପତ୍ତିସ୍ଥଳ ସଂପର୍କରେ ଗବେଷଣା କରିବାକୁ ଚୀନରେ ପହଞ୍ଚିଛନ୍ତି ।

ବିଶ୍ୱରେ କରୋନା ଭାଇରସ ଟୀକା ପ୍ରସ୍ତୁତି ପାଇଁ ଏହାର ଉତ୍ପତ୍ତିସ୍ଥଳ ସଂପର୍କରେ ତଥ୍ୟ ସଂଗ୍ରହ କରାଯିବା ଜରୁରୀ । ବିଶେଷକରି କେଉଁ ସ୍ଥାନରୁ ଓ କିପରି ମଣିଷ ଶରୀରକୁ କରୋନା ଭାଇରସ ଆସିଲା ସେ ସଂପର୍କିତ ତଥ୍ୟ ଓ ଜିନୋମ ଡାଟା ଅତି ଜରୁରୀ ।

ଏ ସମ୍ପର୍କରେ ଘୋଷଣା କରି ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନଇଙ୍ଗ କହିଛନ୍ତି ଯେ ଏହି ବିଶେଷଜ୍ଞ ଦଳ କରୋନା ଭାଇରସର ଉତ୍ପତ୍ତିସ୍ଥଳ ସଂପର୍କରେ ତଦନ୍ତ କରିବେ । ଏହି ଦଳ ଅନ୍ୟ ଦେଶମାନଙ୍କୁ ମଧ୍ୟ ଗସ୍ତ କରିପାରନ୍ତି ।

କେନ୍ଦ୍ରୀୟ ଚୀନର ଉହାନ ସହରର ଏକ ମାଂସ ବଜାରରୁ ଏହି ଭାଇରସ ବ୍ୟାପିଥିବା ସଂଦେହ କରାଯାଉଛି । ଏହି ବଜାରରେ ହିଁ ବିଭିନ୍ନ ପ୍ରକାରର ଜୀବଜନ୍ତୁଙ୍କ ଖାଦ୍ୟ ମିଳିଥାଏ । ଆଉ କେତେକ କୁହନ୍ତି ଯେ ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀରୁ ବ୍ୟାପିଛି ।  ଯୋଗୁଁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୫ ଲକ୍ଷ ୬୯ ହଜାର ଜଣ ମୃତ୍ୟୁବରଣ କରିସାରିଲେଣି । ଏହା ସହିତ ମୋଟ ସଂକ୍ରମିତ ସଂଖ୍ୟା ୧ କୋଟି ୨୯ ଲକ୍ଷରେ ପହଞ୍ଚିଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଧ୍ୟା ୩୩ ଲକ୍ଷରେ ଓ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୫ ହଜାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର