କରୋନା ଭାଇରସକୁ ବିଶ୍ବ ପାଇଁ ‘ଗମ୍ଭୀର ବିପଦ’ ବୋଲି ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ବେଜିଂ: ସାରା ବିଶ୍ବରେ ଏବେ କରୋନା ଭାଇରସ୍‌ର ଆତଙ୍କ ଖେଳିଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ପକ୍ଷରୁ ଏହାକୁ ଏକ ‘ଗମ୍ଭୀର ବିପଦ’ ବୋଲି ଘୋଷଣା କରାଯାଇଛି। ଏହି ଭୂତାଣୁ ଚୀନରେ ୯୯ ପ୍ରତିଶତ ଦେଖା ଦେଇଥିବା ବେଳେ ଏହା ସାରା ବିଶ୍ବ ପାଇଁ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ଭୂତାଣୁ ଉପରେ ୪୦୦ ଗବେଷକ ଗବେଷଣା କରିବା ପରେ ଭାଇରସ୍‌ କିପରି ବ୍ୟାପିଲା ତାହା କିଛି ମାତ୍ରାରେ ଜଣାପଡ଼ିଛି।

ପ୍ରଥମେ ଚୀନରେ ୨୦୧୯ ଡିସେମ୍ବର ୩୧ ତାରିଖରେ ଏହି ମାରାତ୍ମକ ଭାଇରସ୍‌ ଚିହ୍ନଟ ହୋଇଥିଲା। ଏହି ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇ ପ୍ରାୟ ୧୦୦୦ ଲୋକଙ୍କ ଜୀବନ ଯାଇ ସାରିଲାଣି। ସର୍ବ‌ଶେଷ ତଥ୍ୟ ଅନୁଯ‌ାୟୀ ୨୫ଟି ଦେଶରେ ୪୨ ହଜାରରୁ ଉର୍ଧ୍ବ ଲୋକ ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ।

The Economic Times

ଏହି ଭାଇରସ୍‌ ସହ ଲଢ଼ିବା ପାଇଁ ଏଯାବତ୍‌ ସେପରି କୌଣସି ପ୍ରତିଷେଧକ ପ୍ରସ୍ତୁତ କରାଯାଇ ପାରିନାହିଁ। ଏପରି ଏକ ମାରାତ୍ମକ ଭାଇରସ୍‌ର ପ୍ରତିଷେଧକ ତିଆରି କରିବା ପାଇଁ ଅଷ୍ଟ୍ରେଲିଆ, ଚୀନ, ଫ୍ରାନ୍ସ, ଜର୍ମାନୀ ଏବଂ ଆମେରିକା ଆଦି ଦେଶର ବିଶେଷଜ୍ଞମାନେ ନିଜର ଜ୍ଞାନକୌଶଳ ବ୍ୟବହାର କରି ଚାଲିଛନ୍ତି, ମାତ୍ର ଏଯାବତ୍‌ ସେପରି କୌଣସି ସୁଫଳ ମିଳି ପାରିନାହିଁ।

ଉଲ୍ଲେଖଯୋଗ୍ୟ, ଚୀନ୍‌ରେ ଏହି ଭାଇରସ୍‌ ସଂପର୍କରେ ପ୍ରଥମେ ଡାକ୍ତର ଲି ‌ୱେନଲିଆଙ୍ଗ୍‌  ସୂଚନା ଦେବା ସହ ଏହା ଚୀନ୍‌ ପାଇଁ ଅତି ମାରାତ୍ମକ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ଏବଂ ସେ ଭୁଲ୍‌ ତଥ୍ୟ ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଯଦିଓ ସେ ଡାକ୍ତର ଆଉ ବଞ୍ଚି ରହିନାହାନ୍ତି, ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ କଥା ସତ ହୋଇଛି।

ସମ୍ବନ୍ଧିତ ଖବର