ବନ୍ଧୁକ ଦେଖି ଡ଼ରାଇବାରୁ ପୁଲିସ ସାମ୍ନାରେ ସ୍ୱାମୀଙ୍କ ଗୁମର ଖୋଲିଦେଲେ ପତ୍ନୀ

ନୋଏଡା: ପତ୍ନୀଙ୍କୁ ସବୁବେଳେ ବନ୍ଧୁକ ଦେଖାଇ ଧମକ ଦେବା ଜଣେ ସ୍ୱାମୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ପତ୍ନୀ ଜଣକ ସ୍ୱାମୀଙ୍କ ବନ୍ଧୁକ ଗୁମର ଖୋଲିଦେବାରୁ ଏବେ ତାଙ୍କୁ ପୁଲିସ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ନୋଏଡା ସେକ୍ଟର -୧୨୧ କ୍ଲୋ କାଉଣ୍ଟି ସୋସାଇଟିରେ ରହୁଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟର ପୁଲିସ ଗିରଫ କରିଛି | ଅଭିଯୁକ୍ତଙ୍କ ପତ୍ନୀ ନେହା ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀଙ୍କ ପାଖରେ ବେଆଇନ ପିସ୍ତଲ ଅଛି ଓ ଏହି ପିସ୍ତଲ ଦେଖାଇ ସେ ସବୁବେଳେ ମାରିଦେବାକୁ ଧମକ ଦେଉଛନ୍ତି | ପୁଲିସ ଏହି ସୂଚନା ପାଇ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ବେଆଇନ ବିଦେଶୀ ପିସ୍ତଲ ଏବଂ କାର୍ଟ୍ରିଜ ଜବତ କରିଛି।

ବିଦେଶୀ ପିସ୍ତଲ ଚେକୋସ୍ଲୋଭାକିଆର ବୋଲି କୁହାଯାଉଛି ଏବଂ ଏହାର ମୂଲ୍ୟ ପ୍ରାୟ ୨.୫ ଲକ୍ଷ ଟଙ୍କା। କ୍ଲୋ କାଉଣ୍ଟି ସୋସାଇଟିର ବାସିନ୍ଦା ନେହା କହିଛନ୍ତି ଯେ ତାଙ୍କ ସ୍ୱାମୀ ଅମିତ ପାୱାର ସବୁବେଳେ ତାଙ୍କୁ ମାଡ ମାରୁଥିଲେ। ତାଙ୍କ ପାଖରେ ଏକ ବେଆଇନ ପିସ୍ତଲ ଅଛି ଏବଂ ଅଭିଯୁକ୍ତ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ଅମିତ ସବୁବେଳେ ତାଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଉଥିବାରୁ ସ୍ୱାମୀଙ୍କୁ ଗିରଫ କରିବାକୁ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ | ଆଉ ଏହି ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ସେ କେଉଁଠାରୁ ପିସ୍ତଲ କିଣିଛନ୍ତି ତାହାର ଅନୁସନ୍ଧାନ କରାଯାଉଛି।

ସମ୍ବନ୍ଧିତ ଖବର