ଆଇପିଏଲ : ଗୁଜରାଟ ଆଗରେ ୧୧୯ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ

ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୪୮ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୧୯ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ ।

ଏହି ମ୍ୟାଚରେ ରାଜସ୍ଥାନ ରାୟାଲ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଦଳ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇଚାଲିଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । କେବଳ ଅଧିନାୟକ ସଂଜୁ ସାମସନ କିଛି ସମୟ କ୍ରିଜରେ ତିଷ୍ଠି ରହିଥିଲେ । ସେ ୨୦ଟି ବଲ ଖେଳି ୩୦ ରନ କରିଥିଲେ । ଟ୍ରେଣ୍ଟ ବୋଲଟ ୧୫ ରନ କରିଥିବାବେଳେ ଓପନର ଯଶସ୍ବୀ ଜୟସ୍ବାଲ ୧୪ରନ କରିଥିଲେ ।

ଗୁଜରାଟ ପକ୍ଷରୁ ଖେଳୁଥିବା ଦୁଇ ଆଫଗାନ ଖେଳା​ଳି ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ସେମାନେ ହେଉଛନ୍ତି ରସିଦ ଖାଁ ଓ ନୁର ଅହମ୍ମଦ । ରସିଦ ଖାଁ ୩ଟି ଓ୍ବିକେଟ ନେଇଥିବାବଳେ ନୁର ୨ଟି ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସମି, ଜୋସୁଆ ଲିଟଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

 

ସମ୍ବନ୍ଧିତ ଖବର