ମାନସିକ ପୂରଣ ହେବାରୁ ସୀମାଞ୍ଚଳମ୍‌ରେ ୧୫ ହଜାର ନଡ଼ିଆ ଭାଙ୍ଗିଲେ ଓଡ଼ିଆ ବିଧାୟକ

ସୋରଡ଼ା: ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌ରେ ଶ୍ରୀ ବରାହଲକ୍ଷ୍ମୀ ନାରାୟଣ ସ୍ବାମୀଙ୍କ ଠାରେ ୧୫ହଜାର ନଡ଼ିଆ ଭାଙ୍ଗି ମାନସିକ ପୂରଣ କରିଛନ୍ତି ଗଂଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ସେ ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରାୟ ୧୪୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେତେବେଳେ ସେ ସୀମାଞ୍ଚଳମ୍‌ ମନ୍ଦିରରେ ସେହି ପରିମାଣର ନଡ଼ିଆ ଭାଙ୍ଗିବା ପାଇଁ ମାନସିକ କରିଥିଲେ। କିନ୍ତୁ କୋଭିଡ଼ କଟକଣା ଓ ବିଭିନ୍ନ କାରଣରୁ ମାନସିକ ପୂରଣ  ପାଇଁ ନଡ଼ିଆ ଭାଙ୍ଗି ପାରି ନଥିଲେ।

ଗତ ବୁଧବାର ଦଳୀୟ ସମର୍ଥକଙ୍କ ସମେତ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରମୁଖ ଗୁରୁବାର ସକାଳେ ମନ୍ଦିରରେ ପହଞ୍ଚି ୧୫ ହଜାର ନଡ଼ିଆ ଭାଙ୍ଗିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ୨୦୦୯ ଓ ୨୦୧୪ ନିର୍ବାଚନରେ ମଧ୍ୟ ସେ ଯେତିକି ଭୋଟ ବ୍ୟବଧାନରେ ଜିତିଥିଲେ ସେତିକି ନଡ଼ିଆ ସୀମାଞ୍ଚଳମ୍‌ ପୀଠରେ ଭାଙ୍ଗିଥିଲେ। ସୂଚନାଯୋଗ୍ୟ, ମାନସିକ ପୂରଣ ପାଇଁ ଭକ୍ତମାନେ ସୀମାଞ୍ଚଳମ୍‌ରେ ପୂଜାର୍ଚ୍ଚନା କରିଥାନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ବିଭିନ୍ନ ପ୍ରକାର ମାନସିକ ରଖିଥାନ୍ତି।

ସମ୍ବନ୍ଧିତ ଖବର