ବାପାଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କଲେ ପୁଅ

ଭଞ୍ଜନଗର: ମୃତ୍ୟୁ ପରେ ନିଜର ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ସହ ଅମର ହୋଇଯାଇଛନ୍ତି ଗଂଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠ ବାଉଁଶଲୁଣ୍ଡି ଗ୍ରାମର ଶ୍ୟାମବାବା ପାତ୍ର(୮୫)। ତାଙ୍କ ଦେହାନ୍ତ ପରେ ତାଙ୍କର ସନ୍ତାନ ମାନେ ବାପାଙ୍କ ଇଚ୍ଛା ମୁତାବକ ୨ ଟି ଆଖିକୁ ଦାନ କରିଛନ୍ତି। ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଚକ୍ଷୁ ବିଭାଗର କିଛି ଡାକ୍ତର ପହଞ୍ଚି ବୃଦ୍ଧଙ୍କ ଆଖିକୁ ବାହାର କରିଛନ୍ତି। ବାପାଙ୍କର ଏହା ଶେଷ ଇଛା ଥିଲା ବୋଲି ୩ ପୁଅ ପ୍ରକାଶ କରିଛନ୍ତି। ଏଭଳି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମାଜ ପାଇଁ ଉଦାହରଣ ସାଜିଛନ୍ତି ସେ। ବାଉଁଶଲୁଣ୍ଡି ମୁଖ୍ୟ ରାସ୍ତାରେ ରହୁଥିବା ଶ୍ୟାମବାବୁ ପାତ୍ରଙ୍କ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ବସୟର ସୟାହ୍ନରେ ମଧ୍ୟ ସେ ପ୍ରତିଦିନ ୫/୬ ଘଣ୍ଟା ବିନା ଚଷମାରେ ପୁରାଣ ଶାସ୍ତ୍ର ପାଠ କରୁଥିଲେ। ଦୂରରୁ ଯେକୌଣସି ବ୍ୟକ୍ତି ବିଶେଷ କିମ୍ବା ଜିନିଷକୁ ସହଜରେ ଚିହ୍ନଟ କରି ପାରୁଥିଲେ। ବାପାଙ୍କ ମୃତ୍ୟୁ ସମୟ ନିକଟ ହେବା ଜାଣି ପୁଅମାନେ ବାପାଙ୍କୁ ଶେଷ ଇଛା ପୁରଣ କରିବା ପାଇଁ ତୁରନ୍ତ ଚକ୍ଷୁ ଦାନ ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ।

ଆଉ ଖବର ପାଇ ବ୍ରହ୍ମପୁରରୁ ଏକ ଡାକ୍ତରୀ ଆମ୍ବୁଲାନ୍ସ ଯୋଗେ ପହଞ୍ଚି ତୁରନ୍ତ ଅସ୍ତ୍ରୋପଚାର କରି ୨ ଚକ୍ଷୁକୁ ଅସ୍ତ୍ରୋପଚାର କରି ବାହାର କରି ନେଇଥିଲେ। ପୁଅ ପ୍ରମୋଦ ପାତ୍ର କହନ୍ତି ବାପାଙ୍କ ମୃତ୍ୟୁ ପରେ ତାଙ୍କର ୨ ଆଖିରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ବିଶେଷ ଦୁନିଆ ଦେଖିବେ। ଏହାଠାରୁ ଆଉ ପୁଣ୍ୟ ହୁଏତ କିଛି ନଥାଇ ପାରେ। ଏହା ଦ୍ବାରା ତାଙ୍କ ପିତା ମୃତ୍ୟୁ ପରେ ବି ସମସ୍ତଙ୍କ ନିକଟରେ ରହିବେ। ଏବେ ସେ ମୃତ୍ୟୁ ପରେ ବି ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ଵାରା ଦୁନିଆକୁ ଦେଖି ପାରିବେ। ଏହା କମ କଥା ନୁହଁ ବୋଲି ସେ କହିଛନ୍ତି। ସେହିପରି ଅସ୍ତ୍ରୋପଚାର କରି ଚକ୍ଷୁ ବାହାର କରିଥିବା ଡାକ୍ତର କହନ୍ତି ଯେକୌଣସି ବ୍ୟକ୍ତି ବିଶେଷଙ୍କ ମୃତ୍ୟୁର ୬ ଘଣ୍ଟା ଭିତରେ ତାଙ୍କ ପରିବାର ସଦସ୍ୟମାନେ ମୃତ ବ୍ୟକ୍ତିଙ୍କ ଚକ୍ଷୁ ଦାନ କରିପାରିବେ। ଚକ୍ଷୁଦାନ ପରେ ମୃତଦେହକୁ ପରିବାର ସଦସ୍ୟ ମାନେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

ସମ୍ବନ୍ଧିତ ଖବର