ଆଣ୍ଠେଇ ଆଣ୍ଠେଇ ଭୋଟ ମାଗୁଛନ୍ତି ଗରିବ ପ୍ରାର୍ଥୀ

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ପୌର ନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ଆଣ୍ଠେଇ ଆଣ୍ଠେଇ ଲୋକଙ୍କୁ ଭୋଟ ମାଗୁଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ଗତକାଲି ପୌର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଶେଷ ହୋଇଛି। ଏହି ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଭିନ୍ନଭିନ୍ନ ଶୈଳୀ ଆପଣାଇ ଲୋକଙ୍କୁ ଭୋଟ ମାଗୁଥିବ‌ାର ଦୃଶ୍ୟ ଦେଖିବାକୁ ମିଳିଛି। ଏମିତି କି ଜଣେ ପ୍ରାର୍ଥୀ ଲୋକଙ୍କୁ ଭୋଟ ମାଗିବାକୁ ଯାଇଥିବା ବେଳେ ତାଙ୍କ ଗୋଡ଼ ତଳେ ପଡ଼ିଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ଭୋଟ ମାଗୁଥିବା ଦେଖିବାକୁ ମିଳୁଥିବା ବ୍ୟକ୍ତିଙ୍କ ନାମ ସପନା ଆହିରୱାର ବୋଲି ଜଣାପଡ଼ିଛି। ସପନା ସ୍ବାମୀ ରାଜେଶ ଆହିରୱାରଙ୍କ ସହିତ ଗ୍ରାମରେ ପହଞ୍ଚି ମତଦାତାଙ୍କ ସାମ୍ନାରେ ଆଣ୍ଠେଇ ପଡ଼ିଥିଲେ। ଆଉ ଭୋଟ ଦେବାକୁ ଅନୁରୋଧ କରିଥିଲେ।

ସପନାଙ୍କ ସ୍ବାମୀ ମତଦାତାଙ୍କ ଗୋଡ଼ ତଳେ ପଡ଼ି କହିଥିଲେ, ମୁଁ ଓ ମୋର ସ୍ତ୍ରୀ ବହୁତ ଗରିବ । ଟଙ୍କା ଖର୍ଚ୍ଚ କରିବା ପାଇଁ ଆମ ପାଖରେ  ଅର୍ଥବଳ ନାହିଁ। କିନ୍ତୁ ଲୋକଙ୍କ ସେବା କରିବା ପାଇଁ ବହୁତ ଇଚ୍ଛା ରହିଛି। ଆମର ବିରୋଧୀଙ୍କ ପାଖରେ ବହୁତ ଟଙ୍କା ଅଛନ୍ତି। ସେମାନେ ପ୍ରତି ଭୋଟ ପିଛ‌ା ୫୦୦ ଓ ୧୦୦୦ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଜିତିଗଲା ପରେ ‌ସେମାନେ ଗରିବଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭୁଲି ଯାଆନ୍ତି।

ଯେହେତୁ ମୁଁ ଜଣେ ଗରିବ , ତେଣୁ ଗରିବଙ୍କ ଦୁଃଖ ବୁଝେ। ଯଦି ନିର୍ବାଚନରେ ଜିତିଯାଏ ମୁଁ ଗରିବଙ୍କ ସେବା କରିବି ବୋଲି ପ୍ରତିଶ୍ରୁତି ଦେଉଛି।’

 

ସମ୍ବନ୍ଧିତ ଖବର