ଓଡ଼ିଶାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ରାଇରଙ୍ଗପୁର: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଜି ରାଇରଙ୍ଗପୁରରେ କଳା ପତାକା ପ୍ରଦର୍ଶନ କରାଯାଇଛି। ଡାଣ୍ଡବୋଷ ଗ୍ରାମକୁ ଗସ୍ତରେ ଆସିଥିଲେ। ତେବେ ଆଜି ଅଲଚିକି ଲିପିର ସ୍ରଷ୍ଟା ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ଥିବାରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦାଣ୍ଡବୋଷ କୋପିଡୁଙ୍ଗୁରୀସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠକୁ ଆସିଥିଲେ। ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ଥିବା ସ୍ଥାନରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ। ସେଠାରୁ କାର୍ଯ୍ୟକ୍ରମ ସାରି କପିଡୁଙ୍ଗୁରୀରୁ ଦାଣ୍ଡବୋଷସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ଯାଉଥିବା ବାଟରେ କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ। କିଛି ସମୟ ପାଇଁ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କେଉଁ ସଂଗଠନ ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା ଓ କ’ଣ ରହିଥିଲା କାରଣ ତାହା ଅସ୍ପଷ୍ଟ ରହିଛି।
ସମ୍ବନ୍ଧିତ ଖବର