ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି କି? ଏହି ୬ଟି କଥା ନିଶ୍ଚୟ ମାନନ୍ତୁ

ଧ୍ୟାନ ଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣ କଲେ ମଣିଷ ଶରୀରରେ ହାର୍ଟ ଆଟାକ୍‌ର ସମ୍ଭାବନା ହ୍ରାସ ପାଇଥାଏ ବୋଲି ଆମେ ଜାଣନ୍ତି। ରକ୍ତଚାପ ଆଜିକାଲି ସମୟର ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଅଧାରୁ ଅଧିକା ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ନିଜ ଜୀବନଶୈଳୀ ଉପରେ ଧ୍ୟାନ ଦେଲେ ବି ଏହି ସାଂଘାତିକ ରୋଗକୁ ନିୟନ୍ତ୍ରଣରେ ରଖା ଯାଇପାରେ।

ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ୬ଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। ସେଗୁଡ଼ିକ ହେଉଛି ଉତ୍ତମ ଖାଦ୍ୟ-ପାନୀୟ, ବ୍ୟାୟ୍ୟାମ, ନିୟନ୍ତ୍ରିତ ଓଜନ, କମ୍‌ ଲୁଣ ସେବନ, ମଦ୍ୟପାନ-ଧୂମପାନକୁ ବାରଣ ଓ ଚିନ୍ତା ମୁକ୍ତ ଜୀବନ। ଏସବୁ ଦିଗରୁ ଦୃଷ୍ଟି ଦେଲେ ଆମେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିପାରିବା।

ଜିନ୍, ପରିବେଶ, ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା, ହରମୋନ୍ ଅସନ୍ତୁଳନ ଏବଂ ଶାରୀରିକ ନିଷ୍କ୍ରିୟତା ସହିତ ଅନେକ ଉଚ୍ଚ ରକ୍ତଚାପର କାରଣ ବନିଥାନ୍ତି। ଛାତି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଛୋଟ ନିଶ୍ବାସ ଆଦି ରକ୍ତଚାପର ଲକ୍ଷଣ ହୋଇଥାଏ। ଉଚ୍ଚ ରକ୍ତଚାପର ମୁକାବିଲା ପାଇଁ ସୁସ୍ଥ ଖାଦ୍ୟ ସହିତ ଏକ ସୁସ୍ଥ ଜୀବନଶୈଳୀର ଆବଶ୍ୟକତା ରହିଛି। ପନିପରିବା, ଫଳ, ପ୍ରୋଟିନ୍ ଏବଂ ଶସ୍ୟ ଅନ୍ତର୍ଭୁକ୍ତ ଖାଦ୍ୟ ଖାଇଲେ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଇପାରେ। ଯଦି ଆପଣଙ୍କର ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟ କୌଣସି ନିଶା ଅଭ୍ୟାସ ଅଛି ତେବେ ଏହାକୁ ସଂପୂର୍ଣ୍ଣ ରୂପେ ଛାଡ଼ିବାକୁ ହେବ। ନିଶା ସେବନ ରକ୍ତଚାପର ପ୍ରମୁଖ କାରଣ ହୋଇଥାଏ।

ମାନସିକ ଚାପ ମଧ୍ୟ ରକ୍ତଚାପର କାରଣ ହୋଇଥାଏ। ଯେତେ ପାରୁଛନ୍ତି ଚିନ୍ତା କରିବା ତ୍ୟାଗ କରନ୍ତୁ। ଯେତେ ଅଧିକ ଚିନ୍ତା କରିବେ ସେତେ ଅଧିକ ଦୁର୍ବଳ ହୋଇପଡ଼ିବେ। ନିୟମିତ ବ୍ୟାୟାମ କରିବା ଦ୍ବାରା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖା ଯାଇପାରେ। ଆପଣ ସୁସ୍ଥ ରହିବାକୁ ଚାହୁଁଥିଲେ ବ୍ୟାୟାମକୁ ଆପଣଙ୍କ ନିତିଦିନିଆ କାର୍ଯ୍ୟ ତାଲିକାରେ ସାମିଲ୍‌ କରନ୍ତୁ।

ସମ୍ବନ୍ଧିତ ଖବର