ବିବାହର ୨୬ବର୍ଷ ପରେ ସ୍ବାମୀ ଜିତିଥିବା ଲଟେରୀ ଟଙ୍କା ନେଇ ପ୍ରେମିକ ସହ ଫେରାର ହେଲେ ମହିଳା

ନୂଆଦିଲ୍ଲୀ: ବିବାହ ପରେ ସ୍ତ୍ରୀ ପ୍ରେମିକ ସହ ଫେରାର ହେବା ବା ସ୍ବାମୀ ନିଜ ପୁରୁଣା ପ୍ରେମିକାକୁ ନେଇ ଫେରାର ହେବା ଘଟଣା କିଛି ନୂଆ ନୁହେଁ। ପୂର୍ବରୁ ଏଭଳି ଖବର ଆମେ ଆପଣଙ୍କୁ ଅନେକ ଦେଇଛୁ। ଏବେ ପୁଣି ଥରେ ସେଭଳି ଘଟଣା ଘଟିଛି। ହେଲେ ଏହି ଘଟଣାରେ ବିଶ୍ବାସରେ ବିଷ ଦେଇ ସ୍ବାମୀ ସଞ୍ଚିଥିବା ସବୁ ଟଙ୍କା ନେଇ ଫେରାର ହୋଇଛି ସ୍ତ୍ରୀ। ସ୍ବାମୀ ୧କୋଟି ଟଙ୍କାର ଲଟେରୀ ଜିତିବା ପରେ ସବୁ ଟଙ୍କା ସ୍ତ୍ରୀଙ୍କ ଆକାଉଣ୍ଟରେ ରଖିଥିଲେ। ହେଲେ ପରେ ସବୁ ଟଙ୍କା ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯାଇଥିଲା। ଏବେ ଏହି ଘଟଣାକୁ ନେଇ ପୁଲିସରେ ଅଭିଯୋଗ କରିଛନ୍ତି ପୀଡ଼ିତ।

ଘଟଣାଟି ଘଟିଛି ଥାଇଲାଣ୍ଡର ଇସାନରେ। ନଭେମ୍ବରର ପ୍ରଥମ ସପ୍ତାହରେ, ୪୯ବର୍ଷିୟ ମଣିଟ୍ ୬ମିଲିୟନ୍ ବହଟ୍ (ପ୍ରାୟ ୧କୋଟି ୩୬ଲକ୍ଷ) ଲଟେରୀ ଜିତିଥିଲେ। ଟିକସ କାଟିବା ପରେ ତାଙ୍କ ହାତକୁ ୧କୋଟି ୩୦ଲକ୍ଷରୁ ଅଧିକ ଟଙ୍କା ଆସିଥିଲା। କିନ୍ତୁ ସେ ଏହି ଟଙ୍କାକୁ ନିଜ ଆକାଉଣ୍ଟରେ ନରଖି ତାଙ୍କ ୪୫ବର୍ଷିୟା ପତ୍ନୀ ଅଙ୍ଗକାନାରାତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ଏତେ ପରିମାଣର ଅର୍ଥ ପାଇବା ପରେ ମଣିଟ ଏବଂ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା। କିନ୍ତୁ ଏହି ଖୁସି ଦୁଃଖରେ ପରିଣତ ହେଲା ଯେତେବେଳେ ମଣିଟ୍ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ ସମସ୍ତ ପୁରସ୍କାର ରାଶି ନେଇ ତାଙ୍କ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି।

ମଣିଟ ଏବଂ ଅଙ୍ଗକାନାରାତଙ୍କ ବିବାହକୁ ୨୬ବର୍ଷ ବିତିଯାଇଥିବା ବେଳେ ଦୁହିଁଙ୍କ ୩ଟି ସନ୍ତାନ ଥିଲେ। ବିବାହର ୨୬ବର୍ଷ ପରେ ଅଙ୍ଗକାନାରାତ ଏଭଳି କିଛି କରିବେ ବୋଲି ସ୍ବପ୍ନରେ ବି ଭାବିନଥିଲେ ମଣିଟ।

ସମ୍ବନ୍ଧିତ ଖବର