ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ କଶ୍ମୀର ବାସୀଙ୍କୁ ସାହାଯ୍ୟ କରିବାକୁ ପାକ୍‌ ଯେ କୌଣସି ସ୍ତରକୁ ଯାଇପାରିବ: ପାକ୍‌ ସେନାମୁଖ୍ୟ ବାଜଓ୍ଵା

ରାଓ୍ଵଲପିଣ୍ଡି: ଧାରା ୩୭୦କୁ ଉଚ୍ଛେଦ କରି ଜମ୍ମୁ- କଶ୍ମୀରକୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ମାନ୍ୟତାକୁ ଭାରତ ସରକାର ପ୍ରତ୍ୟାହାର କରିନେବା ଘଟଣାକୁ ପାକିସ୍ତାନ ସେନା ବରଦାସ୍ତ କରିପାରୁ ନାହିଁ। ଏପରି କରି ଭାରତ ସରକାର ଜମ୍ମୁ- କଶ୍ମୀର ବାସୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗ କରିବା ସହ କଶ୍ମୀର ବାସୀଙ୍କ ପଛରେ ପାକିସ୍ତାନୀ ସେନା ରହିଛି ବୋଲି ଆଜି କହିଛନ୍ତି ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜଓ୍ଵା। ଏବଂ ଆବଶ୍ୟକ ସ୍ଥଳ କଶ୍ମୀର ବାସୀଙ୍କୁ ଆବଶ୍ୟକୀୟ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ଘୋଷଣା କରିଛନ୍ତି ପାକ୍‌ ସେନାମୁଖ୍ୟ ବାଜଓ୍ଵା। ଏତିକିରେ ଅଟକି ନାହାନ୍ତି ପାକ୍‌ ସେନାମୁଖ୍ୟ ବାଜଓ୍ଵା ପରୋକ୍ଷରେ ଭାରତକୁ ଚେତାବନୀ ଶୁଣାଇ କହିଛନ୍ତି ଏପ୍ରସଙ୍ଗରେ କଶ୍ମୀର ବାସୀଙ୍କୁ ସାହଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ପାକ୍‌ ସେନା ଯେ କୌଣସି ସ୍ତରକୁ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି।

The Dawn

ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଆଜି ରାଓ୍ଵଲପିଣ୍ଡି ସ୍ଥିତ ପାକିସ୍ତାନ ସେନା ମୁଖ୍ୟାଳୟରେ ସ୍ଥିତିର ସମୀକ୍ଷା ପାଇଁ ପାକ୍‌ ସେନା କମାଣ୍ଡରମାନଙ୍କୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜଓ୍ଵା ଏପରି କହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର