ଟ୍ରମ୍ପ୍‌ଙ୍କୁ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସମବେଦନା ବାର୍ତ୍ତା: ଆପଣଙ୍କର ଆଶୁ ଆରୋଗ୍ୟ କାମନା କରୁଛି

ବେଜିଙ୍ଗ୍: କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‌ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କ ପ୍ରତି ଶନିବାର ଦିନ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ସମବେଦନା ବାର୍ତ୍ତା ପଠାଇଥିବା କଥା ରାଷ୍ଟ୍ରାୟତ ଟେଲିଭିଜନ୍ ରିପୋର୍ଟ କରିଛି।

ରାଷ୍ଟ୍ରାୟତ ଟେଲିଭିଜନ୍ ତା’ର ୱେବ୍‌ସାଇଟ୍‌ରେ ଉଲ୍ଲେଖ କରିଥିବା ସେହି ସମବେଦନା ବାର୍ତ୍ତାଟି ହେଉଛି: ମୋ ପତ୍ନୀ ପେଙ୍ଗ୍ ଲିୟୁଆନ୍ ଏବଂ ମୁଁ ଆପଣଙ୍କୁ ଓ ଆପଣଙ୍କ ପତ୍ନୀଙ୍କୁ ଆମର ସମବେଦନା ଜଣାଇବା ସହ ଆପଣମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ।

Image Courtesy of The Independent

ବାଣିଜ୍ୟ, ବୈଷୟିକ ଓ ନିରାପତ୍ତା ବିବାଦ, ହଙ୍ଗ୍‌କଙ୍ଗ୍‌ ଉପରେ ବେଜିଙ୍ଗ୍‌ର ନିୟନ୍ତ୍ରଣ କଠୋର ହେବା ଏବଂ ସିନ୍‌ଜିଆଙ୍ଗ୍‌ର ଉତ୍ତରପଶ୍ଚିମ ଅଞ୍ଚଳରେ ଚୀନା ମୁସଲମାନଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ପ୍ରସଙ୍ଗରେ ଚୀନ୍-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କ ସର୍ବନିମ୍ନ ସ୍ତରକୁ ଖସି ଆସିଛି।

ଏହା ବ୍ୟତିରେକେ, ଗତ ଡିସେମ୍ବର ମାସରେ ଊହାନ୍‌ରୁ ଆରମ୍ଭ ହୋଇଥିବା କରୋନାଭାଇରସ୍ ସଂକ୍ରମଣର ଉପଯୁକ୍ତ ମୁକାବିଲା ନ କରି ବିସ୍ତାର କରାଇଛି ବୋଲି ଟ୍ରମ୍ପ୍ ଚୀନ୍‌କୁ ଦାୟୀ କରିଥିବା କାରଣରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ କିଛି ମାତ୍ରାରେ ତିକ୍ତ ହୋଇଛି।

ସମ୍ବନ୍ଧିତ ଖବର