ପ୍ରାତଃ ଭ୍ରମଣ ବେଳେ ସିଇଓଙ୍କ ଉପରେ ଚଢ଼ିଗଲା କାର୍

ମୁମ୍ବାଇ: ସିଇଓଙ୍କ ଜୀବନ ନେଲା ଦ୍ରୁତଗାମୀ କାର୍। ମୁମ୍ବାଇର ଓର୍ଲିରେ ଘଟିଛି ଏଭଳି ଦୁଃଖଦାୟକ ଘଟଣା। ଜଣେ ୩୮ବର୍ଷୀୟ ମହିଳା ସକାଳେ ଚାଲିବା ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେଇଥିଲା। ଘଟଣା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି କାର୍ ଚାଳକ। ମୃତକଜଣକ ରାଜଲକ୍ଷ୍ମୀ ରାମ କ୍ରିଷ୍ଣନ ବୋଲି ଚିହ୍ନଟ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ରାଜଲକ୍ଷ୍ମୀ ଏକ ଟେକ୍ନୋଲୋଜି କମ୍ପାନିର ସିଇଓ ଥିଲେ ଏବଂ ନିଜକୁ ଫିଟ ରଖିବା ପାଇଁ ସେ ମୁମ୍ବାଇର ଶିବାଜୀ ପାର୍କରେ ଥିବା ଜଗର୍ସ ଗ୍ରୁପରେ ସାମିଲ ହୋଇଥିଲେ ବୋଲି ଜଣାଯାଇଛି। ୱର୍ଲି ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ରବିବାର ସକାଳ ପ୍ରାୟ ୬.୩୦ରେ ୱର୍ଲି-ବାନ୍ଦ୍ରା ସିଲିଙ୍କଠାରୁ କିଛି ମିଟର ଦୂରରେ ଘଟିଥିଲା। ଅଭିଯୁକ୍ତଜଣକ ୨୩ବର୍ଷୀୟ ସମର ମର୍ଚ୍ଚାଣ୍ଟ ବୋଲି ଚିହ୍ନଟ କରାଯାଇଥିବା ବେଳେ ତାକୁ ଗିରଫ କରାଯାଇଛି। ରବିବାର ସକାଳେ ରାଜଲକ୍ଷ୍ମୀ ଚାଲିବାକୁ ଯାଇଥିବା ବେଳେ ସମରଙ୍କ ଟାଟା ନେକ୍ସନ ଇଭି ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ରାଜଲକ୍ଷ୍ମୀ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ତୁରନ୍ତ ନାଏର ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର