ବିଶ୍ବର ସବୁଠାରୁ ଲମ୍ବା ଉଡ଼ାଣ: ୧୯ ଘଣ୍ଟା ୧୬ ମିନିଟର ୧୬, ୨୦୦ କିମି ଦୂର ଯାତ୍ରା

ସିଡ୍‌ନି: ଆମେରିକାର ନ୍ୟୁୟର୍କରୁ ଯାତ୍ରୀଙ୍କୁ ନେଇ ବାହାରି ଥିବା ଏକ ବିମାନ କୌଣସି ସ୍ଥାନରେ ନ ଅଟକି ୧୯ ଘଣ୍ଟା ୧୬ ମିନିଟର ଲମ୍ବା ଉଡ଼ାଣ ସଂପୂର୍ଣ୍ଣ କରି ଅଷ୍ଟ୍ରେଲିଆର ସିଡ୍‌ନିରେ ଅବତରଣ କରିଛି। କ୍ବାଣ୍ଟସ ଫ୍ଲାଇଟ୍‌ କ୍ୟୁଏଫ୍‌ ୭୮୭୯ ଏହି ଲମ୍ବା ଉଡ଼ାଣ ସଫଳତାର ସହ ସଂପୂର୍ଣ୍ଣ କରି ରେକର୍ଡ ସୃଷ୍ଟି କରିଛି ଏବଂ ଏହି ବ୍ୟବସ୍ଥା ଆଗକୁ ଜାରି ରହିବ ବୋଲି କୁହାଯାଇଛି। ବିମାନରେ ମୋଟ ୪୯ ଜଣ ଯାତ୍ରୀ ଥିଲେ। ବିମାନଟି ୧୬, ୨୦୦ କିମି ଦୂର ଯାତ୍ରା ସୁରୁଖୁରୁରେ ସଂପନ୍ନ କରିଥିଲା।

ସମ୍ବନ୍ଧିତ ଖବର