୫୬ ଆସନରେ ବିଜୟ ଲାଭ କରି ଶିବସେନା ମୁଖ୍ୟମନ୍ତ୍ରୀ ପଦର ସ୍ବପ୍ନ ଦେଖିବା ବିଡ଼ମ୍ବନା ବ୍ୟତୀତ ଅନ୍ୟ କିଛି ନୁହେଁ; ଗୌତମ ଗମ୍ଭୀର

ମୁମ୍ବାଇ: ନିର୍ବାଚନ ପୂର୍ବରୁ ବିଜେପି ସହ ମେଣ୍ଟ କରି ମହାରାଷ୍ଟ୍ର ବିଧାନସଭା ନର୍ବାଚନ ଲଢ଼ିଥିବା ଶିବସେନା ନିର୍ବାଚନ ପରେ ମେଣ୍ଟ ଧର୍ମ ପାଳନ କରିବାରେ ବ୍ୟର୍ଥ ହୋଇଥିବାରୁ ଏହାର ତୀବ୍ର ଓ କଟୁ ସମାଲୋଚନା କରିଛନ୍ତି କ୍ରିକେଟିଅରରୁ ବିଜେପି ସାଂସଦ ପାଲଟିଥିବା ଗୌତମ ଗମ୍ଭୀର। ସାଂସଦ ଗମ୍ଭୀର କହିଛନ୍ତି ୧୨୪ ଆସନରେ ପ୍ରତଦ୍ବନ୍ଦ୍ବିତା କରି ମାତ୍ର ୫୬ଟି ଆସନରେ ବିଜୟଲାଭ କରିବାରେ ସମର୍ଥ ହୋଇଥିବା ଶିବସେନା ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସ୍ବପ୍ନ ଦେଖିବା ଓ ଏଥିପାଇଁ ନିଜ ଜିଦ୍‌ରେ ଅଡ଼ି ବସିବା କେବଳ ମାତ୍ର ବିଡ଼ମ୍ବନା ବ୍ୟତିରେକ ଅନ୍ୟକିଛି ନୁହେଁ।

ଶିବସେନାକୁ ମନେ ପକାଇ ଦେଇ ବିଜେପି ନେତା ତଥା ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ ଶିବସେନା କେବେହେଲେ ଭୁଲିଯିବା ଉଚିତ୍‌ ନୁହେଁ ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନରେ ବିଜୟ ଲାଭ କରିବା ସହ ଏକକ ସଂଖ୍ୟା ଗରିଷ୍ଠ ଦଳଭାବେ ଉଭା ହୋଇଛି। ତେଣୁ, ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରମୁଖ ଦାବୀଦାର ହେଉଛି ବିଜେପି। ତେବେ, ନିର୍ବାଚନ ପୂର୍ବରୁ ବିଜେପି ସହ ମେଣ୍ଟ କରି ନିର୍ବାଚନ ପରେ କ୍ଷମତା ଲୋଭ କରାଣରୁ ବିଜେପି ସହ ପ୍ରତାରଣ କରି ଶିବସେନା ଯେଉଁ ଢ଼ଙ୍ଗରେ ମେଣ୍ଟ ଧର୍ମ ପାଳନ କରିବାରେ ବିଫଳ ହେଲା ସେଥିପାଇଁ ଭବିଷ୍ୟତ କେବେ ବି ତାକୁ କ୍ଷମା ଦେବ ନାହିଁ।

ସମ୍ବନ୍ଧିତ ଖବର