ଜମ୍ମୁ–କଶ୍ମୀରକୁ ପଶିଆସିଛନ୍ତି ୩୦୦ ଆତଙ୍କବାଦୀ, ଆହୁରି ପଶିବାକୁ ଉଦ୍ୟମ କରୁଛନ୍ତି

ଜମ୍ମୁ:  ବର୍ତ୍ତମାନ ୨୦୦ରୁ ୩୦୦ ପ୍ରଶିକ୍ଷିତ ଆତଙ୍କବାଦୀ ସକ୍ରିୟ ରହିଛନ୍ତି । ଏଥି ସହ ଅଧିକ ସଂଖ୍ୟକ ଆତଙ୍କବାଦୀଙ୍କୁ  ଭାରତ ଭିତରକୁ ପଠାଇବା ଲାଗି ଉଦ୍ୟମ କରୁଛି ପାକିସ୍ତାନ । ଏହି କାରଣରୁ ସୀମାରେ ପାକ୍-ସେନା ପକ୍ଷରୁ ଗୁଳି ବର୍ଷଣ କରାଯାଉଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜମ୍ମୁ–କଶ୍ମୀର ପୁଲିସ୍ ମୁଖ୍ୟ ଦିଲବାଗ୍ ସିଂ ।

ଜମ୍ମୁ-କଶ୍ମୀରରର ସୀମାନ୍ତ ଜିଲ୍ଲା ପୁଞ୍ଚରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ସମୟରେ ଡିଜିପି ଦିଲବାଗ କହିଛନ୍ତି ଯେ, ଯଦିଓ ଅନୁପ୍ରବେଶକୁ ରୋକିବାରେ ପୁଲିସ୍ ଓ ସେନା ବହୁଭାବେ ସଫଳ ହୋଇଛନ୍ତି, କିନ୍ତୁ ଗଳା ରାସ୍ତାର ସୁଯୋଗ ନେଇ ୨୦୦ ରୁ ୩୦୦ ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀ ରାଜ୍ୟକୁ ପଶି ଆସିଛନ୍ତି ।

Image Source: Zee News

ଶୀତ ଋତୁ ଆସିବା ପୂର୍ବରୁ ଅଧିକ ସଂଖ୍ୟକ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପଠାଇବାକୁ ଚାହୁଁଛି । ଏହି କାରଣରୁ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନଙ୍କୁ ପାକିସ୍ତାନ୍ ବ୍ୟାପକ କରିଛି । ଶୀତ ଋତୁ ହୋଇଗଲେ ଅନୁପ୍ରବେଶ କଷ୍ଟକର ହୋଇପଡ଼ିବ, ତେଣୁ ପାକ୍ ପଟୁ ବାରମ୍ବାର ଗୁଳିଚାଳନା କରାଯାଉଛି ।

ଜମ୍ମୁ-କଶ୍ମୀର ପୁଲିସ ମୁଖ୍ୟଙ୍କ ଅନୁସାରେ ଏଲ୍ଓସିକୁ  ଲାଗି ରହିଥିବା ପୁଞ୍ଚ, ରାଜୌରୀ ,ଉରି,ନମ୍ବଲା ,କର୍ଣ୍ଣା ଏବଂ କେରନ୍ ସେକ୍ଟରରେ ବାରମ୍ବାର ଅସ୍ତ୍ରବିରତି ଉଂଲ୍ଲଘନ କରୁଛି ପାକିସ୍ତାନ । ସେହିପରି ଅନ୍ତର୍ଜାତୀୟ ସୀମାବର୍ତ୍ତୀ କନ୍ଚାକ୍, ଆର୍.ଏସ୍.ପୁରା ଏବଂ ହୀରାଣର ସେକ୍ଟର ଦେଖି ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇଥିôବାର ଉଦ୍ୟମ ଚଳାଇଛି ପାକିସ୍ତାନ୍ ।

ସମ୍ବନ୍ଧିତ ଖବର