ଭୁବନେଶ୍ୱରରୁ ୩୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୮୯ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ | ଗତ କିଛି ଦିନ ହେଲା କ୍ରମାଗତ ଭାବେ ତଳମୁହାଁ ହେଉଛି କରୋନା ମିଟର | ଗତ କିଛି ଦିନ ତଳେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ଏବେ ତାହା କମ ହେବାରେ ଲାଗିଛି | ଆଜି ଭୁବନେଶ୍ୱରରୁ ୩୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି | ଆଜି ଭୁବନେଶ୍ୱରରେ ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

Image

୩୭୪ ମଧ୍ୟରୁ ସଂଗରୋଧରୁ ୭୭ ଓ ସ୍ଥାନୀୟ ଅଂଚଳରୁ ୨୯୭ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

Image

କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୮୮ହଜାର ୮୬୨ ରେ ପହଂଚିଛି । ଏଥିରୁ ୮୬ ହଜାର ୯୨୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୩୦ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୧୪୮୪ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି |

Image

ସମ୍ବନ୍ଧିତ ଖବର