ମାତ୍ର ୯ ମାର୍କ ପ୍ରଶ୍ନର ଉତ୍ତର ନ ଆସିବାରୁ ଆତ୍ମହତ୍ୟା କଲେ ମେଧାବୀ ଛାତ୍ର

ମୋହଲି: ଦଶମ ପରୀକ୍ଷାରେ ଖରାପ କରି ଜଣେ ଛାତ୍ରୀ ଆତ୍ମହତ୍ୟା କରିବାର ଦିନକ ପରେ ଦେଖିବାକୁ ମିଳିଛି ଆହୁରି ଏକ ଦୁଃଖଦ ଘଟଣା। ବୁଧବାର ମୋହଲିଠାରେ ଜଣେ ଛାତ୍ର ଦ୍ୱାଦଶ ପରୀକ୍ଷା ଦେଇ ଆସିବା ପରେ ଆତ୍ମହତ୍ୟା କରିଥିବା ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଛାତ୍ର ଜଣକ ପଦାର୍ଥ ବିଜ୍ଞାନ ବିଷୟରେ ୯ ମାର୍କର ପ୍ରଶ୍ନ ଛାଡ଼ି ଦେଇ ଆସିଥିବା ଦୁଃଖରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଛନ୍ତି ବୋଲି ଜାଣିବାକୁ ମିଳିଛି।

ଆତ୍ମହତ୍ୟା କରିଥିବା ଛାତ୍ର ଜଣକ ହେଉଛନ୍ତି କର୍ଣ୍ଣବୀର ସିଂହ। ସେ ତାଙ୍କ ବାପାମାଆଙ୍କର ଗୋଟାଏ ପୁଅ। ପରୀକ୍ଷାରେ ଖରାପ କରିବା ଦୁଃଖରେ ଭାଙ୍ଗି ପଡ଼ି ସେ ଫ୍ୟାନ୍‌ରେ ଛୁଲି ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। କର୍ଣ୍ଣବୀର ମୋହଲିରେ ଥିବା ତାଙ୍କ ଜେଜେବାପାଙ୍କ ଘରେ ସଂଧ୍ୟା ସମୟରେ ଏପରି କରିଛନ୍ତି। ଗୁରୁବାର ପୁଲିସ୍‌ କର୍ଣ୍ଣବୀରଙ୍କ ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

କର୍ଣ୍ଣବୀରଙ୍କ ମୃତ୍ୟୁ ପରେ ବାପା ଅର୍‌ବିନ୍ଦର ଏବଂ ମାଆ ଇନ୍ଦରପ୍ରୀତ୍‌ କହନ୍ତି, ‘କର୍ଣ୍ଣବୀର ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲା। ସେ କେବେ ବି ପାଠପଢ଼ା ପାଇଁ ଦୁଃଖ କରୁନଥିଲା।’

ସମ୍ବନ୍ଧିତ ଖବର