‘ଓଡ଼ିଶା ପର୍ଯ୍ୟଟନ’ର ୱେବ୍‌ସାଇଟ୍‌ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡ଼ିଶା ପର୍ଯ୍ୟଟନ ପାଇଁ ୱେବ୍‌ସାଇଟ୍‌ odishatourism.gov.in ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ଶିଳ୍ପ ଜଗତର କିଛି ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ।

ୱେବ୍‌ସାଇଟ୍‌ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଓଡ଼ିଶାକୁ ବିଶ୍ୱରେ ପରିଚିତ କରାଇବା ପାଇଁ ନିରନ୍ତର ଉଦ୍ୟମ ଚାଲିଛି। ଅଧିକ ନିଯୁକ୍ତି ଦେବା ପାଇଁ ପର୍ଯ୍ୟଟନ ଏକ ଭଲ ଶିଳ୍ପ। ଏହାରି ମାଧ୍ୟମରେ ଯୁବପୀଢ଼ିଙ୍କୁ ନିଯୁକ୍ତି ଦିଆଯାଇ ପାରିବ। ଓଡ଼ିଶାର ପର୍ଯ୍ୟଟନ ବିକାଶରେ ଡିଜିଟାଲ ଟେକ୍ନୋଲୋଜୀ ଆମକୁ ସବୁବେଳେ ସାହାଯ୍ୟ କରୁଛି। ଏହାରି ମାଧ୍ୟମରେ ବିଶ୍ୱ ଯୋଡ଼ି ହୋଇପାରୁଛି। ଆମର ଡିଜିଟାଲ ପ୍ଲାଟଫର୍ମ ହସ୍‌ପିଟାଲିଟି ସେକ୍ଟରକୁ ମଧ୍ୟ ପ୍ରୋତ୍ସାହନ ହେଉଛି।

ଓଡ଼ିଶା ସଂପର୍କରେ ବିଶ୍ୱର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଏହି ଆକର୍ଷଣୀୟ ୱେବ୍‌ସାଇଟ୍‌କୁ ପ୍ରସ୍ତୁତ କରାଯାଇଛି। ଏଥିରେ ଓଡ଼ିଶା ପର୍ଯ୍ୟଟନର ମାନଚିତ୍ର, ହୋଟେଲ ବୁକିଂ, ଟ୍ରାଭେଲ ଗାଇଡ ସଂପର୍କିୟ ତଥ୍ୟ ରହିଛି।

ସମ୍ବନ୍ଧିତ ଖବର