ଚୀନରୁ ଫେରିଥିବା ଏହି ଗ୍ରାମବାସୀ ୧୪ ଦିନ ପାଇଁ ଘରଠାରୁ ଅଲଗା ହୋଇ ଗଛ ଉପରେ ତମ୍ବୁ ବାନ୍ଧି ରହିଲେ
ପୁରୁଲିଆ: କରୋନା ଭାଇରସକୁ ନେଇ ପୃଥିବୀ ସାରା ଲୋକ ଆତଙ୍କିତ ଥିବା ବେଳେ ପଶ୍ଚିମବଙ୍ଗର ପୁରୁଲିଆଠାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଚୀନରୁ ଫେରିଥିବା ପୁରୁଲିଆସ୍ଥିତ ବଳରାମପୁର ଅଞ୍ଚଳର ଭାଙ୍ଗିଡ଼ି ଗ୍ରାମର କିଛି ଗ୍ରାମବାସୀ ଘରକୁ ଫେରିବା ପରେ ସଚେତନତା ଅବଲମ୍ବନ କରି୧୪ ଦିନ ପର୍ଯ୍ୟନ୍ତ ନିଜକୁ ଗଛ ଉପରେ ନିଜକୁ ଅନ୍ୟମାନଙ୍କ ଠାରୁ ପୃଥକ କରି ରଖିବାର ନିଷ୍ପତ୍ତି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନରୁ ଫେରିଥିବା ଏହି ଲୋକମାନଙ୍କ ଘରେ ପୃଥକ ଭାବେ ରହିବା ପାଇଁ ଅଲଗା ଘର ନଥିବା କାରଣରୁ ସେମାନେ ଗଛରେ ରହିବାର ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍ର ମୁକାବିଲା କରିବା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିବା ବେଳେ ଶୁକ୍ରବାର ଏ ସଂପର୍କରେ କଥା ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ରାଜ୍ୟରେ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ପଶ୍ଚିମବଙ୍ଗରେ ୧୫ ଜଣ କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି।