କଥାବାର୍ତ୍ତା ସମୟରେ ବାହାରୁଥିବା ମାଇକ୍ରୋଡ୍ରପ୍‌ଲେଟ୍‌ସ୍ ଯୋଗୁଁ ବ୍ୟାପିପାରେ କରୋନା: ଗବେଷଣା

ନୂଆଦିଲ୍ଲୀ: କରୋନା ଭାଇରସ୍‌ କେଉଁଥିରୁ ବ୍ୟାପେ ଓ କେଉଁଥିରୁ ବ୍ୟାପେ ନାହିଁ ଏ ନେଇ ଏବେ ବି ଲୋକଙ୍କ ମନରେ ସନ୍ଦେହ ରହିଛି। ନିକଟରେ ହୋଇଥିବା ଏକ ନୂଆ ଗବେଷଣାରୁ ଜାଣିବାକୁ ମିଳିଛି ଯେ କଥା‌ବାର୍ତ୍ତା ସମୟରେ ପାଟିରୁ ବାହାରୁଥିବା ବାୟୁ ଓ ଜଳୀୟ ଅଂଶ  ଜରିଆରେ ବି କୋଭିଡ୍‌-୧୯ ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କା ରହିଛି। କଥା ହେଲା ବେଳେ ପାଟିରେ ସୃଷ୍ଟି ହେଉଥିବା ମାଇକ୍ରୋଡ୍ରପ୍‌ଲେଟ୍‌ସ ପବନରେ ମିଶିବା ସହ କରୋନା ଭାଇରସ୍‌କୁ ଖେଳାଇବାର କାରଣ ହୋଇପାରେ।

ଭାଇରସ୍‌ ପବନରେ ପ୍ରାୟ ୧୨ ମିନିଟ୍‌ ପର୍ଯ୍ୟନ୍ତ ଜୀବିତ ରହିଥାଏ ବୋଲି ଗ‌‌ବେଷକମାନେ ଗବେଷଣା କରି କହିଛନ୍ତି। ଜିଭରେ ଥିବା ଲାଳରେ କରୋନା ଭାଇରସ୍ ଥାଏ ‌ଯେହେତୁ, ଗବେଷକଙ୍କ ଅନୁସାରେ କଥା ‌ହେବା ଦ୍ବାରା ୮ ମିନିଟ୍‌ ଭିତରେ ହଜାର ହଜାର ମାଇକ୍ରୋଡ୍ରପ୍‌ଲେଟ୍‌ସ ବାହାରି ପବନକୁ ସଂକ୍ରମିତ କରାଇପାରେ।


Live Science

ଉଲ୍ଲେଖଯୋଗ୍ୟ, ପୂର୍ବରୁ କରୋନାକୁ ନେଇ ଅନେକ ଗବେଷଣା ହୋଇସାରିଛି। କରୋନା ପବନରେ ବ୍ୟାପୁଥିବା ପରି ଏକ ଭାଇରସ୍‌ ନୁହେଁ ବୋଲି ଗବେଷକମାନେ ଗବେଷଣା କରି କହିଥିଲେ। ଆହୁରି ବି କୁହାଯାଇଥିଲା ଯେ ଏହି ଭାଇରସ୍‌ କେବଳ ଆଖି, ନାକ, ପାଟି ଓ କାନ ଦେଇ ଭିତରକୁ ପଶିପାରେ।

ସମ୍ବନ୍ଧିତ ଖବର