ଅଧା ରହିଗଲା ଘରବାହୁଡ଼ା: ଚାଲୁଚାଲୁ ରାସ୍ତାରେ ହିଁ ଟଳିପଡ଼ିଲେ କୋଲକାତା ଫେରନ୍ତା ଓଡ଼ିଆ; ଚାଲିଗଲା ଜୀବନ

ଜଳେଶ୍ୱର: ଜୀବନ ବି ଏମିତି ଚାଲିଯାଏ। ପ୍ରବାସରୁ ଚାଲିଚାଲି ଘରକୁ ଫେରୁଥିଲେ । କିନ୍ତୁ ପହଞ୍ଚି ପାରିଲେ ନାହିଁ। ବାଟରେ ଚାଲୁଚାଲୁ ଟଳିପଡ଼ିଲେ ଶ୍ରମିକ। ଏପରି ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱରରୁ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍‌ ନିକଟରେ ଏଭଳି ଦୟନୀୟ ସ୍ଥିତିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ  ଘର ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଟିକରପଡ଼ାରେ ବୋଲି ଜଣାପଡ଼ିଛି।

India's Coronavirus Lockdown Means Millions Of Migrant Workers Can ...
NPR

ସୂଚନାଯୋଗ୍ୟ, ଦେଶବ୍ୟାପୀ ଏବେ ଲକ୍‌ଡାଉନ୍‌ ତୃତୀୟ ପର୍ଯ୍ୟାୟ ଚାଲିଛି। ଏହାରି ଭିତରେ ରାଜ୍ୟ ବାହାରେ ଫସି ରହିଥିବା ଥିବା ଶ୍ରମିକମାନେ କାମଧନ୍ଦା ନ ପାଇ ଘରକୁ ଫେରିବା ପାଇଁ ସ୍ଥିିର କରିଛନ୍ତି। ପାଖରେ ଟଙ୍କା ନ ଥିବାରୁ ଅଖିଆ ଅପିଆ ଅବସ୍ଥାରେ କେହିକେହି ସାଇକେଲ୍‌ରେ ତ ଆଉ କେହି ଚାଲିଚାଲି ଶହଶହ କିଲୋମିଟର ଅତିକ୍ରମ କରି ଘରକୁ ଫେରି ଆସୁଛନ୍ତି। କିନ୍ତୁ ବାଟରେ ଏହି ଶ୍ରମିକମାନଙ୍କ ସହିତ ଅନେକ ଘଟଣା-ଦୁର୍ଘଟଣାମାନ ଘଟୁଥିବା ପ୍ରତିଦିନ ଜାଣିବାକୁ ମିଳୁଛି। ଏମିତି ଆଜି ଜଣେ କୋଲକାତା ଫେରନ୍ତା ଓଡ଼ିଆ ଶମ୍ରିକଙ୍କର ବାଟରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିବା ଖବର ମିଳିଛି।

People compelled to return home on foot - A Political and Business ...
People’s Review

ଉକ୍ତ ଶ୍ରମିକ ଜଣକ କୋଲକତାରେ ଏକ ଘରୋଇ କମ୍ପାନିରେ ରହି କାମ କରୁଥିଲେ। ମାସକୁ ମାତ୍ର ୧୩,୦୦୦ ଟଙ୍କା ଦରମାରେ କାମ କରୁଥିବା ମୃତକ, ଅଧିକାଂଶ ସମୟରେ ଆର୍ଥକ ଅନଟନ ଭିତରେ ସମୟ କାଟୁଥିଲେ। ଆଉ ଲକଡାଉନ୍ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେଲା।  କମ୍ପାନି ବନ୍ଦ ହୋଇ ଯିବାରୁ ଉପାୟ ନପାଇ ସେ କୋଲକତାରୁ ଚାଲିଚାଲି ଘର କାକଟପୁରର ଟିକରପଡ଼ାକୁ ଫେରୁଥିଲେ। ଘରକୁ ଫେରିବା କଥା ସେ ନିଜ ପରିବାରଲୋକଙ୍କୁ ଜଣାଇଥିଲେ। ପରିବାରଲୋକ ବି ଏହି ଖବର ପାଇ ତାଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ। ଏତେ ବାଟରୁ ଚାଲିଚାଲି ଆସିଥିଲେ ହେଁ ବାଟ ସିନା ସରିଲାନି କିନ୍ତୁ ଶ୍ରମିକଙ୍କ ଜୀବନ ରେଖାରେ ପୂର୍ଣ୍ଣଛେଦ ପଡ଼ିଗଲା।

ଲକ୍ଷ୍ମଣନାଥ ଗେଟ୍‌ ନିକଟରେ ଝୁଣ୍ଟି ପଡ଼ିବାରୁ ରାସ୍ତାରେ ସେ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ହେଁ ଡାକ୍ତର ସେଠାରେ ଉକ୍ତ ପ୍ରବାସୀ ଓଡ଼ିଆଙ୍କୁ ମୃତ ବୋଲି ଘୋଷଣା କରିଥିଲେ। 

ସମ୍ବନ୍ଧିତ ଖବର