‘କୋଭିଡ୍‌-୧୯’କୁ ଜୈବାସ୍ତ୍ରରୂପେ ବିକଶିତ କରାଯାଇ ନ ଥିଲା: ଆମେରିକୀୟ ଗୁଇନ୍ଦା ରିପୋର୍ଟ

ୱାସିଂଟନ୍‌: ‘କୋଭିଡ୍‌-୧୯’ରୋଗର କାରଣ ସାଜିଥିବା ‘ସାର୍ସ-କୋଭ୍‌-୨’ ଭୂତାଣୁକୁ ଜୈବିକ ଅସ୍ତ୍ର ଭାବେ ବିକଶିତ କରାଯାଇ ନ ଥିଲା ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ସମ୍ପ୍ରଦାୟ ରିପୋର୍ଟର ଉପସଂହାରରେ ଉଲ୍ଲେଖ କରିଛନ୍ତି। କିନ୍ତୁ, ଏହି ଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତରେ ସୂଚନା ଚପାଇ ରଖିବା ସହ ସୁସ୍ପଷ୍ଟ ଆଲୋଚନା କରିବା କଥାକୁ ଚୀନ୍‌ ଅଗ୍ରାହ୍ୟ କରି ଚାଲିଛି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁନର୍ବାର ଅଭିଯୋଗ କରିଛନ୍ତି।

ରାଷ୍ଟ୍ରପତିଙ୍କ ନିର୍ଦେଶରେ ପ୍ରସ୍ତୁତ ଏକ ରିପୋର୍ଟରେ ‘ଦି ଡାଇରେକ୍ଟର୍‌ ଅଫ୍‌ ନ୍ୟାସ୍‌ନାଲ୍‌ ଇଣ୍ଟେଲିଜେନ୍ସ୍‌’ ଶୁକ୍ରବାର ଦିନ କହିଛି, ସମ୍ଭବତଃ ୨୦୧୯ ନଭେମ୍ବର ପୂର୍ବରୁ ‘ସାର୍ସ-କୋଭ୍‌-୨’ ପ୍ରାଥମିକ ଭାବେ ଅଳ୍ପ ମାତ୍ରାରେ ବାହାରି ମଣିଷଙ୍କୁ ସଙ୍କ୍ରମିତ କରିଛି। ୨୦୧୯ ଡିସେମ୍ବର ମାସରେ ଚୀନ୍‌ର ଊହାନ୍‌ରେ ‘କୋଭିଡ୍‌-୧୯’ର ପ୍ରଥମ ଛେକ ସଂକ୍ରମିତ ଚିହ୍ନଟ ହୋଇଥିଲେ।

Image Courtesy of NDTV

କିନ୍ତୁ, କରୋନାଭାଇରସ୍‌ର ଉତ୍ପତ୍ତି ସଂକ୍ରାନ୍ତରେ ଗୁଇନ୍ଦା ସମ୍ପ୍ରଦାୟଙ୍କ ମଧ୍ୟରେ କୌଣସି ମତପାର୍ଥକ୍ୟ ନାହିଁ। ଗୋପନୀୟ ତାଲିକାଭୁକ୍ତ ହୋଇ ନ ଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଏହି ଭୂତାଣୁକୁ ଜୈବାସ୍ତ୍ର ଭାବେ ବିକଶିତ କରାଯାଇ ନ ଥିଲା। ଅଧିକାଂଶ ଏଜେନ୍ସି ମଧ୍ୟ ସ୍ବଳ୍ପ ବିଶ୍ବାସର ସହ ବିଚାର କରୁଛନ୍ତି ଯେ, ବୋଧହୁଏ ଗୁଣସୂତ୍ର ପରିବର୍ତ୍ତନ କରି ‘ସାର୍ସ-କୋଭ୍‌-୨’କୁ ସୃଷ୍ଟି କରାଯାଇନାହିଁ। କିନ୍ତୁ, ଏହାକୁ ସତ୍ୟସିଦ୍ଧ କରିବା ଲାଗି ଯଥେଷ୍ଟ ପ୍ରମାଣ ନାହିଁ ବୋଲି ଦୁଇଟି ଏଜେନ୍‌ସିଙ୍କର ମନେହେଉଛି।

Image Courtesy of India Today

‘ଆଇସି’ ମଧ୍ୟ ବିଚାର କରିଛି ଯେ, କୋଭିଡ୍‌-୧୯ର ପ୍ରାରମ୍ଭିକ ସଂକ୍ରମଣ ବ୍ୟାପ୍ତି ପୂର୍ବରୁ ମଧ୍ୟ ଚୀନ୍‌ ସରକାରୀ ଅଧିକାରୀମାନଙ୍କର ଏହି ଭୂତାଣୁ ସମ୍ବନ୍ଧରେ କୌଣସି ଧାରଣା ନ ଥିଲା।

ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଉପଲବ୍ଧ ସମସ୍ତ ଗୁଇନ୍ଦା ରିପୋର୍ଟ ଏବଂ ସୂଚନାକୁ ପର୍ଯ୍ୟାଲୋଚନା କରି କୋଭିଡ୍‌-୧୯ର ସମ୍ଭାବ୍ୟ ଉତ୍ପତ୍ତି ସମ୍ବନ୍ଧରେ ‘ଆଇସି’ ଦୁଇଟି ମତ ଦେଉଛି। ଦୁଇଟିଯାତ ତତ୍ତ୍ବ ବା ପରିକଳ୍ପନା ବିଶ୍ବାସଯୋଗ୍ୟ ବୋଲି ସମସ୍ତ ଏଜେନ୍‌ସି କହୁଛନ୍ତି। ତାହା ହେଲା- ଏହି ଭୂତାଣୁ ପ୍ରାକୃତିକ ଭାବେ କୌଣସି ସଂକ୍ରମିତ ପ୍ରାଣୀ ଶରୀରରୁ ମାନବ ଶରୀରକୁ ସଂକ୍ରମିତ ହୋଇଛି ବା ପରୀକ୍ଷାଗାରରୁ ବାହାରି ଆସିଛି।

ସମ୍ବନ୍ଧିତ ଖବର