ଜଳେଶ୍ୱର ଷ୍ଟେସନର ରେଳଧାରଣା କଡ଼ରୁ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ରେଳଷ୍ଟେସନର ୨ ନଂ ପ୍ଲାଟଫର୍ମର ରେଳଧାରଣା କଡ଼ରୁ ଏକ ମୃତଦେହ ଉଦ୍ଧାର କରିଛି ପୁଲିସ। ଆଜି ସକାଳେ ଷ୍ଟେସନରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ସିନିୟର ସେକ୍ସନ ଇଂଜିନିଅର (ସିଗନାଲ ) ବାବୁଲାଲ ହେମ୍ବ୍ରମ ( ୪୦) ଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ରେଳବାଇ ପୁଲିସ।

ତେବେ ଏହା ଆତ୍ମହତ୍ୟା କି ନୁହେଁ ତାହା ତଦନ୍ତ ସାପେକ୍ଷ ବୋଲି ରେଳବାଇ କର୍ତ୍ତୃପକ୍ଷ ଓ ପୁଲିସ ପ୍ରକାଶ କରିଛି। ଶବବ୍ୟବଚ୍ଛେଦର ବ୍ୟବସ୍ଥା କରିବା ସହ ଏନେଇ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର