୩୦ ଦେହଜୀବୀଙ୍କ ସହିତ ପାର୍ଟି ମନାଇଲେ ଖେଳାଳି, ଅଧିକାରୀ କହିଲେ – ଦଣ୍ଡ ମିଳିବନି

ନୂଆଦିଲ୍ଲୀ: ମ୍ୟାକସିକୋର ବିଶ୍ୱ କପ୍‌ ଟିମ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପୂର୍ବରୁ ୩୦ ଜଣ ଦେହଜୀବୀଙ୍କୁ ପାର୍ଟିରେ ସାମିଲ କରିଥିଲେ। ଫୁଟବଲ ମହାକୁମ୍ଭ କୁହାଯାଉଥିବା ଫିଫା ବିଶ୍ୱ କପ୍‌ ୨୦୧୮ରେ ଯୋଗଦେବା ପୂର୍ବରୁ ଖେଳାଳିମାନଙ୍କ ପାଇଁ ବିଦାୟକାଳୀନ ପାର୍ଟିର ଆୟୋଜନ ହୋଇଥିଲା, ଯେଉଁଥିରେ କି ଦେହଜୀବୀମାନେ ଉପସ୍ଥିତ ଥିଲେ। ଏକ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ମ୍ୟାକସିକୋର ବିଶ୍ୱ କପ୍‌ ଟିମ୍‌ର ୯ ଜଣ ସଦସ୍ୟ ନିଜ ପରିସରରେ ଏହି ପାର୍ଟିର ଆୟୋଜନ କରିଥିଲେ। ପାର୍ଟି ପ୍ରସଙ୍ଗରେ ମ୍ୟାକସିକୋ ଫୁଟବଲ ମହାସଂଘର ଜଣେ ଅଧିକାରୀ କହିଛନ୍ତି, ଖେଳାଳି ଖାଲି ସମୟରେ କିଛି ବି କରିବାରେ ସ୍ୱତନ୍ତ୍ର ଅଧିକାର ଅଛି।

ପତ୍ରିକାରେ ଖେଳାଳିଙ୍କ ଫଟୋ ମଧ୍ୟ ପ୍ରକାଶିତ ହୋଇଛି। ମ୍ୟାକସିକୋର ଅଧିକାରୀ କହିଛନ୍ତି, ଖେଳାଳିମାନଙ୍କୁ ଦଣ୍ଡ ମିଳିବ ନାହିଁ। କାରଣ ସେମାନେ ନିଜର ଫୁରସତ ସମୟରେ ପାର୍ଟି କରିଛନ୍ତି। ମ୍ୟାକସିକୋ ଫୁଟବଲ ମହାସଂଘର ସାଧାରଣ ସମ୍ପାଦକ ଗୁଇଲେରମୋ କାଣ୍ଟୁ କହିଛନ୍ତି, ଖେଳାଳିମାନଙ୍କୁ ଦଣ୍ଡ ମିଳିବନି। କାରଣ ସେମାନେ ଅଭ୍ୟାସ କରିବାରେ ଅବହେଳା କରି ନାହାନ୍ତି। ଖାଲି ସମୟରେ କିଛି କରିବାକୁ ସେମାନଙ୍କ ସ୍ୱତନ୍ତ୍ର ଅଧିକାର ଅଛି।

ପାର୍ଟିରେ ଉପସ୍ଥିତ ଥିବା ଖେଳାଳିଙ୍କ ଭିତରେ ଗୋଲକିପର ଗୁଇଲେରମୋ ଓଚେଆ ଓ ଷ୍ଟ୍ରାଇକର ରାଉ ଜିମେନେଜ ମଧ୍ୟ ଥିଲେ। ବର୍ଷ ୨୦୧୦ ସେପ୍ଟେମ୍ବରରେ ମଧ୍ୟ ଖେଳାଳିମାନେ ମହିଳାଙ୍କ ସହିତ ପାର୍ଟି ମନାଇଥିଲେ। ଏହି କାରଣରୁ ସେମାନଙ୍କୁ ଜରିମାନା ତଥା ଟିମ୍‌ରୁ କିଛି ଦିନ ପାଇଁ ବାହାରେ ରହିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର