ନୂତନ ଜାତୀୟ ଶିକ୍ଷାନୀତିକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ, ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାଁ ହେବ ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ କେନ୍ଦ୍ର କ୍ୟାବିନେଟ୍ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହାଛଡ଼ା କେନ୍ଦ୍ର କ୍ୟାବିନେଟ୍ ନୂତନ ଶିକ୍ଷାନୀତିକୁ ମଧ୍ୟ ଅନୁମୋଦନ ଦେଇଛି। ୧୯୮୬ରେ ପ୍ରଥମେ ପ୍ରସ୍ତୁତ ହୋଇଥିବା ଏବଂ ୧୯୯୨ରେ ପରିବର୍ତ୍ତନ ହୋଇଥିବା ଜାରତୀୟ ଶିକ୍ଷା ନୀତି (ଏନ୍‌ଇପି) ସ୍ଥାନରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ କରାଯିବ। ଆଜି ଅପରାହ୍ଣ ୪ଟା ବେଳେ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ଔପଚାରିକ ଭାବେ ଘୋଷଣା କରାଯିବ।

Image Courtesy of India Today

ଭାରତୀୟ ଶିକ୍ଷା ଢାଞ୍ଚାର ଆମୂଳଚୂଳ ନବୀକରଣ କରିବା ଏହି ଶିକ୍ଷାନୀତିର ଲକ୍ଷ୍ୟ। ଶିକ୍ଷା ନିୟନ୍ତ୍ରଣ ଓ ପରିଚାଳନା ତଥା ଭାରତୀୟ ପରମ୍ପରା ଓ ମୂଲ୍ୟବୋଧ ଧାରାକୁ ଅକ୍ଷୁଣ୍ଣ ରଖି ଏକବିଂଶ ଶତାବ୍ଦୀ ଶିକ୍ଷାର ଆକାଙ୍‌କ୍ଷୀତ ଲକ୍ଷ୍ୟ ହାସଲ କରିବା ହିସାବରେ ଏହି ଶିକ୍ଷାନୀତି ପ୍ରସ୍ତୁତ ହୋଇଛି। ୨୦୨୫ ସୁଦ୍ଧା ପ୍ରାକ୍-ପ୍ରାଥମିକ ଶିକ୍ଷାକୁ ଜାଗତିକ କରିବା ନୂଆ ଶିକ୍ଷାନୀତିର ଲକ୍ଷ୍ୟ।

ସମ୍ପ୍ରତି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ରମେଶ ପୋଖରିୟାଲ୍‌ ନିଶଙ୍କଙ୍କ ନେତୃତ୍ବରେ ରହିଛି।

 

ସମ୍ବନ୍ଧିତ ଖବର