ସମଗ୍ର ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪ ଲକ୍ଷ ଟପିଲା

ନ୍ୟୁୟର୍କ : ବିଶ୍ୱରେ କରୋନା ଭାଇରସର ପ୍ରଭାବ ଜାରି ରହିଛି । ଦିନକୁ ଦିନ ଏହାର ଆତଙ୍କ କମିବ କଣ ବଢିଚାଲିଛି । ସମଗ୍ର ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ଟପିଯାଇଛି । ସର୍ବାଧିକ ୧ ଲକ୍ଷରୁ ଅଧିକ ମୃତ୍ୟୁ ଆମେରିକାରେ ହିଁ ହୋଇଛି ।

ଆମେରିକାର ଜନ ହପକିନ୍ସ ବିଶ୍ୱ ବିଦ୍ୟାଳୟର ତଥ୍ୟ ଅନୁସାରେ ରବିବାର ସୁଦ୍ଧା ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯ ଲକ୍ଷ ୨୩ ହଜାରରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୪୦୦୨୯୦ ରେ ପହଞ୍ଚିଛି । ସୁଖର କଥା ହେଉଛି ସମଗ୍ର ବିଶ୍ୱରେ ପ୍ରାୟ ୩୧ଲକ୍ଷ ୪ ହଜାର ଲୋକ ଆରୋଗ୍ୟଲାଭ କରିଛନ୍ତି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ୨୦ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୯ ହଜାର ରେ ପହଞ୍ଚିଛି । ଆମେରିକା ତଳକୁ ରହିଛନ୍ତି ବ୍ରାଜିଲ, ଋଷିଆ ଓ ବ୍ରିଟେନ । ବ୍ରାଜିଲରେ ମୋଟ ସଂକ୍ରମିତ ସଂଖ୍ୟା ୬.୭୨ ହଜାର ଓ ଋଷିଆରେ ମୋଟ ସଂକ୍ରମିତ ସଂଖ୍ୟା ୪ ଲକ୍ଷ ୬୯ ହଜାରରେ ପହଞ୍ଚିଛି । ବ୍ରିଟେନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୬୫୨୩ ରେ ପହଞ୍ଚିଛି ।

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ଭାରତରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୮ ହଜାରରେ ପହଞ୍ଚିଛି । ତେବେ ଭାରତରେ ମୃତ୍ୟୁସଂଖ୍ୟା ୬୯୫୭ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର