ଫିଟ୍‌ ରହିବାକୁ ଚାହୁଁଛନ୍ତି କି? ସକାଳୁ ଉଠିବାଠାରୁ ଶୋଇବା ଭିତରେ କରନ୍ତୁ ଏହି ୫ଟି କାମ

କାର୍ଯ୍ୟବ୍ୟସ୍ତତା ପାଇଁ ଆଜିକାଲି ଲୋକମାନେ ନିଜ ଖାଇବା ପିଇବାର ଠିକ୍‌ ଭାବରେ ଧ୍ୟାନ ରଖି ପାରୁ ନାହାନ୍ତି । ଯେଉଁଥି ପାଇଁ ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ଘର ହେଉ ବା ଅଫିସ କାମ କରିବା ନିଶାରେ କିଛି ଲୋକ ନିଜ ପ୍ରତିଦିନର ଖାଇବାକୁ ଠିକ୍‌ ଭାବରେ ଖାଆନ୍ତି ନାହିଁ । କିନ୍ତୁ କାମ ନିଶାରେ ଲୋକମାନେ ଭୁଲି ଯାହାନ୍ତି କି ଯଦି ସେମାନେ ନିଜକୁ ସୁସ୍ଥ ନ ରଖିବେ ତେବେ ପରିବାର ଲୋକମାନଙ୍କର ମଧ୍ୟ ଠିକ୍‌ ଭାବରେ ଧ୍ୟାନ ରଖି ପାରିବେ ନାହିଁ । ତେବେ ଆଜି ଆମେ ଆପଣଙ୍କ ଏହି ଅସୁବିଧାର ସମାଧାନ କରିବା ପାଇଁ ସକାଳୁ ଉଠିବାଠାରୁ ଶୋଇବା ପର୍ଯ୍ୟନ୍ତ କେଉଁ ୫ଟି କାମ କରିବେ ସେ ବିଷୟରେ ଜଣାଇବୁ ।

୧. ସକାଳୁ ଉଠି ଗୋଟେ ଗ୍ଲାସ୍‌ ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଶରୀରରୁ ସବୁ ବିଷାକ୍ତ ଜିନିଷ ବାହାରି ଯାଇଥାଏ ଏବଂ ଆପଣଙ୍କ ପାଚନକ୍ରିୟା ମଧ୍ୟ ଭଲ ରହିଥାଏ ।

nari.punjabkesari.in

୨.ଦିନର ଆରମ୍ଭ ସବୁବେଳେ ପୋଷଣଯୁକ୍ତ ଖାଦ୍ୟରୁ କରନ୍ତୁ । କିଛି ଲୋକ କାମ କରିବା ନିଶାରେ ସକାଳ ବ୍ରେକ୍‌ଫାଷ୍ଟ କରି ପାରନ୍ତି ନାହିଁ । ଯାହା ସେମାନଙ୍କ ଶରୀରରକୁ କ୍ଷତି ପହଞ୍ଚାଇଥାଏ । ସେଥିପାଇଁ ସକାଳୁ ଉଠି ୭ଟାରୁ ୯ଟା ମଧ୍ୟରେ ବ୍ରେକ୍‌ଫାଷ୍ଟ କରନ୍ତୁ ।
୩.ଯଦି ଆପଣ କୌଣସି କାରଣରୁ ମାଧ୍ୟାହ୍ନ ଭୋଜନ କରି ପାରୁ ନାହାନ୍ତି ତେବେ ବାହାର ଖାଦ୍ୟ ଜମା ବି ଖାଆନ୍ତୁ ନାହିଁ । ବାହାରେ ଖାଦ୍ୟ ଖାଇବା ପରିବର୍ତ୍ତେ ଫଳ ବା ଜୁସ୍‌ ପିଅନ୍ତୁ ।
୪.ବେଳେ ବେଳେ କାମ କରିବା ସମୟରେ ଆପଣ ଥକାପଣ ଅନୁଭବ କରି ଚା’ କିମ୍ବା କଫି ଅଧିକ ମାତ୍ରାରେ ପିଇଥାନ୍ତି । ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଚା’କିମ୍ବା କଫି ପିଇବା ପରିବର୍ତ୍ତେ ଆପଣ ଲେମ୍ବୁ ପାଣି, ଲସି, ଛାଚ୍‌ ବା ଆଖୁ ରସ ପିଇବା ଆରମ୍ଭ କରନ୍ତୁ ।

nari.punjabkesari.in

୫.ଘର ହେଉ ବା ଅଫିସ,କିଛି ବି କାମ କରିବା ସମୟରେ ନିଜର ବସିବା ଶୈଳୀ ଉପରେ ଧ୍ୟାନ ନିଶ୍ଚୟ ଦିଅନ୍ତୁ । କାରଣ ଭୁଲ ଭାବରେ ବସିବା ଦ୍ୱାରା ଅଣ୍ଟା ବିନ୍ଧା ଆରମ୍ଭ ହୋଇଥାଏ ।

ସମ୍ବନ୍ଧିତ ଖବର