କର୍କଟ ରୋଗ ଏବଂ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର କରିବା ସହ ଏହି ସବୁ ସମସ୍ୟା ଦୂର କରିଥାଏ ତୁଳସୀ ପତ୍ର

ତୁଳସୀର ବ୍ୟବହାର ଅନେକ ପୂର୍ବରୁ ଲୋକେ କରି ଆସୁଛନ୍ତି । ଏହାର ପତ୍ରଠାରୁ ଆରମ୍ଭ କରି ମଞ୍ଜି ପର୍ଯ୍ୟନ୍ତ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଆଜି ଆମେ ତୁଳସୀ ପତ୍ରର ବିଭିନ୍ନ ଫାଇଦା ବିଷୟରେ ଆପଣଙ୍କୁ ଜଣାଇବୁ ।

୧. ଖାଲି ପେଟରେ ତୁଳସୀର ସେବନ କରିବା ଦ୍ୱାରା ଫୁସ୍‌ଫୁସ୍‌ରେ ଜମା ଥିବା ମଇଳା ସଫା ହେବା ସହ ଫୁସ୍‌ଫୁସ୍‌କୁ ସହଜରେ ଅମ୍ଲଜାନ ପହଞ୍ଚି ପାରିଥାଏ ।

୨. ପ୍ରତିଦିନ ତୁଳସୀ ମଞ୍ଜି ଖାଇବା ଦ୍ୱାରା ଶରୀରରେ କର୍କଟ ରୋଗର କୋଷିକା ବଢ଼ି ପାରି ନଥାଏ, ଯାହା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

The Cheat Sheet

୩. ୧୦ଗ୍ରାମ ତୁଳସୀ ମଞ୍ଜିକୁ ପାଣିରେ ଫୁଟାଇ ନିୟମିତ ଭାବେ ସକାଳେ ପିଅନ୍ତୁ । ଏପରି କରିବା ଦ୍ୱାରା ମାସିକଧର୍ମ ଠିକ୍‌ ଭାବରେ ହେବ ।

୪. ଗର୍ଭବତୀ ମହିଳା ତୁଳସୀ ପତ୍ର ଖାଇବା ଦ୍ୱାରା ଗର୍ଭବସ୍ଥାରେ ରକ୍ତର ଅଭାବ ଦେଖା ଯାଇ ନଥାଏ । ଯେଉଁ ମହିଳାମାନଙ୍କର ଗର୍ଭବସ୍ଥାରେ ଆନେମିଆର ସମସ୍ୟା ରହିଛି, ସେମାନଙ୍କୁ ତୁଳସୀ ପତ୍ର ଖାଇବା ଦରକାର ।

୫. କିଡ୍‌ନୀ ଷ୍ଟୋନ୍‌ର ସମସ୍ୟା ଥିଲା ତୁଳସୀ ପତ୍ର ଚୁର୍ଣ୍ଣରେ ମହୁ ମିଶାଇ ୬ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଷ୍ଟୋନ ପରିଶ୍ରା ମାଧ୍ୟମରେ ବାହାରକୁ ବାହାରିଯିବ ।

nari.punjabkesari.in
ସମ୍ବନ୍ଧିତ ଖବର