ଦୈନିକ ପିଅନ୍ତୁ ଆପଲ୍‌ ଟି’, ଶରୀରକୁ ମିଳିବ ଏହି ୫ଟି ଫାଇଦା

ସାଧାରଣତଃ ଆପଣମାନେ ସୁସ୍ଥ ଶରୀର ଲାଗି ଗ୍ରିନ୍‌ ଟି, ଲେମନ୍‌ ଟି, ଆଇସ୍‌ ଟି ଇତ୍ୟାଦି ପିଇବା ବିଷୟରେ ଶୁଣିଥିବେ, ହେଲେ କ’ଣ ଆପଣ କେବେ ବି ସେଓ ଚା’ ବା ଆପଲ୍‌ ଟି ବିଷୟରେ ଶୁଣିଛନ୍ତି? ନାଇଁ ନା! ଆଜି ଆମେ ଏହା ବିଷୟରେ କହିବା ସହିତ ଏହାର ଫାଇଦା ବିଷୟରେ ବି ଜଣାଇବୁ। ହଁ, ସେଓ ଚା’ ନା ଯେ କେବଳ ଆପଣଙ୍କ ଓଜନକୁ ହ୍ରାସ କରିଥାଏ ତାହା ନୁହେଁ ବରଂ ଏହା ବ୍ୟକ୍ତିିର ତ୍ୱଚାକୁ ବି ଏକଦମ୍‌ ସୁସ୍ଥ ରଖିଥାଏ। ଏଥିସହିତ ସେଓ ଚା’ ମଧ୍ୟ ବହୁତ ସ୍ୱାଦିଷ୍ଟ ଅଟେ। ଅର୍ଥାତ୍‌ ଆପଣ ଆପଣଙ୍କ ଶରୀରର ଫିଟ୍‌ନେସ୍‌କୁ ବଜାୟ ରଖିବାକୁ ହେଲେ ଗ୍ରିନ୍‌ ଟି ସହିତ ଆପଲ୍‌ ଟି ବି ଆପଣଙ୍କର ଦୈନନ୍ଦିନ ଜୀବନଶୈଳୀରେ ସାମିଲ୍‌ କରନ୍ତୁ। ଏହା ଶରୀର ଲାଗି ୫ ଟି ଫାଇଦା ଆଣିଥାଏ।

ସେଓ ଚୋପାରେ ସାଧାରଣତଃ ମିନେରାଲ୍‌ସ,ଆଣ୍ଟିଅକ୍ସିଡ଼େଣ୍ଟ୍‌ ଇତ୍ୟାଦି ତତ୍ତ୍ୱ ଭରପୁର ମାତ୍ରାରେ ମିଳିଥାଏ। ତେଣୁ ଆପଣ ଏହାର ଚୋପାକୁ ଫୋପାଡ଼ିବା ବଦଳରେ ଏହାର ପ୍ରୟୋଗ କରନ୍ତୁ। ସୂଚନା ମୁତାବକ୍‌ ଏହାର ପ୍ରୟୋଗ ବିଶେଷ ଭାବରେ ୟୁରୋପରେ ବହୁଳ ଭାବରେ କରାଯାଇଥାଏ। ଅର୍ଥାତ୍‌ ୟୁରୋପରେ ଏଥିରୁ ପ୍ରସ୍ତୁତ ଚା’ ବିଶେଷ ଭାବରେ ପ୍ରଚଳିତ ଅଟେ।

Turkish Bazaar Canada & United States

୧- ସେଓରେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ଥିବା ତତ୍ତ୍ୱ ରହିଥାଏ। ତେଣୁ ଟିନ୍‌ ଏଜ୍‌ରେ ଆପଣ ଏହାର ସେବନକୁ ଆରମ୍ଭ କରିଦିଅନ୍ତୁ। ଏହା ଆପଣଙ୍କୁ ଛୋଟ-ବଡ଼ ସଂକ୍ରମଣରୁ ମଧ୍ୟ ରକ୍ଷା କରିବ।

୨-ଏଥିସହିତ ଯେଉଁମାନେ ଲଗାତାର ପେଟଜନିତ ସମସ୍ୟା ଲାଗି ଚିନ୍ତିତ ରହୁଛନ୍ତି, ସେମାନେ ମଧ୍ୟ ସେଓର ଚୋପା କୁ ଚା’ କରିଏହାର ସେବନ କରନ୍ତୁ।

Marmara Foods

୩- ତେବେ ଏହି ଚା’କୁ ପ୍ରତ୍ୟେକ ଦିନ ପିଇବା ଦ୍ୱାରା ବି ବ୍ୟକ୍ତିର ଓଜନ ବୃଦ୍ଧି ଉପରେ ନିୟନ୍ତ୍ରଣ ରହିଥାଏ।

୪-ଏତଦ୍‌ବ୍ୟତୀତ ଆଣ୍ଠୁଜନିତ ସମସ୍ୟା ଲାଗି ମଧ୍ୟ ସେଓ ଚୋପାରୁ ପ୍ରସ୍ତୁତ ଚା’ ରାମବାଣ ସଦୃଶ କାର୍ଯ୍ୟ କରିଥାଏ।

୫-ତେବେ ସେଓର ଚା’ ସେବନ ଯୋଗୁଁ ମଧ୍ୟ ତ୍ୱଚାର ଚମକ ବଢ଼ିଥାଏ।

ସମ୍ବନ୍ଧିତ ଖବର