ଦୈନିକ ପିଅନ୍ତୁ ଲେମ୍ବୁପାଣି; ମିଳିବ ଏହି ସବୁ ଫାଇଦା

ଲେମ୍ବୁ ପାଣିର ଉପକାରିତା ବିଷୟରେ ପ୍ରାୟ ଅଳ୍ପବହୁତ ସମସ୍ତଙ୍କୁ ଜଣା। ଉଭୟ ଥଣ୍ଡା ଓ ଗରମ ପାଣିରେ ଲେମ୍ବୁ ମିଶାଇ ତାହାକୁ ପିଆ ଯାଇପାରେ। ଉଭୟ ପାନୀୟର ଭିନ୍ନ ଫାଇଦା। ଡାକ୍ତରମାନେ କହିଥାନ୍ତି ଯେ ଲେମ୍ବୁ ପାଣି ପିଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେବେ, ଏକଥା ସମସ୍ତଙ୍କୁ ଜଣା ଯେ ଗରମ ପାଣିରେ ଲେମ୍ବୁ ମିଶାଇ ପିଇଲେ ପେଟର ଚର୍ବି କମ୍‌ ହୋଇଥାଏ। ଅଧିକରୁ ଅଧିକ ଫାଇଦା ପାଇବା ପାଇଁ ଆମେ ଏହାକୁ ଦୈନିକ ପିଇପାରିବା।

ଗରମ ପାଣିରେ ଲେମ୍ବୁ ମିଶାଇ ପିଇଲେ କେବଳ ଚର୍ବି କମିବାରେ ସହାୟ ହୋଇନଥାଏ ବରଂ ଥଣ୍ଡା ମଧ୍ୟ କମ୍‌ କରିଥାଏ ବୋଲା ଜାଣିରଖନ୍ତୁ। ଥଣ୍ଡାରୁ ଛିଙ୍କ ବା କାଶ ହେଉଥିଲେ ଏହାକୁ ଆପଣ ଔଷଧ ଭାବେ ଗ୍ରହଣ କରିପାରିବେ।

Medical News Today

କିଡ୍‌ନିରେ ଷ୍ଟେନ୍‌ ହେବାର ସମ୍ଭାବନାକୁ ଏହା ଦୁର କରିଥାଏ। ଦୈନିକ ଲେମ୍ବୁ ପାଣି ପିଉଥିବା ଲୋକଙ୍କର କିଡ୍‌ନିରେ ଷ୍ଟୋନ୍‌ ଭୟ ନ ରହିବା ଉଚିତ।

ଶରୀରରେ ଜଳୀୟ ଅଂଶର ପରିମାଣ ଠିକ୍‌ ରଖେ। ସେଥିପାଇଁ ଖରାଦିନେ ଡାକ୍ତରମାନେ ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି।

ଏହାବ୍ୟତିତ ଉଚିତ ହଜମ କରାଇବା ସହ ରକ୍ତରେ ପିଏଚ୍‌ ସ୍ତରକୁ ବଜାୟ ରଖେ। ଏହି ଲେମ୍ବୁ ପାଣିରେ ଅନେକ ଭଲ ଗୁଣ ଅଛି। ଏହାକୁ ନିତିଦିନ ପିଇଲେ ଖୁବ୍‌ ଭଲ୍‌

ସମ୍ବନ୍ଧିତ ଖବର