ଜାଣନ୍ତୁ କାହିଁକି  ଏହି ୯ଟି ଜିନିଷକୁ ଉଧାର ନେବା କିମ୍ବା ଅନ୍ୟଠାରୁ ଖାଇବାକୁ ବାରଣ କରାଯାଇଛି

ସାଧାରଣତଃ ଆମେ ନିତିଦିନିଆ ଜୀବନରେ ଆମ ବନ୍ଧୁବାନ୍ଧବ, ପଡ଼ୋଶୀ ଏବଂ ସହକର୍ମୀମାନଙ୍କଠାରୁ ବେଳେବେଳେ କିଛି ନା କିଛି ଉଧାର ନେଇଥାଉ। ତେବେ ଆଜି ଆମେ ଆପଣଙ୍କୁ ଏପରି ୯ଟି ଦ୍ରବ୍ୟ ବିଷୟରେ କହିବୁ, ଯାହା କେବେ ବି ଉଧାର ନେବେ ସ୍ପୃହଣୀୟ ନୁହେଁ। କାରଣ ଏହାକୁ  ଉଧାରରେ ଆଣିବା ଦ୍ୱାରା ଆପଣଙ୍କର ଭଲ ହୋଇ ନଥାଏ ବୋଲି ବିଶ୍ୱାସ ରହିଛି।

୧-କ୍ଷୀର: ପ୍ରଥମତଃ ସୋମବାର ଦିନ ଆପଣ କେବେ ବି  କାହାରି ଠାରୁ କ୍ଷୀର ମାଗିକରି ଆଣନ୍ତୁ ନାହିଁ। ଏପରି କଲେ ଆପଣଙ୍କର ଭଲ ଭାଗ୍ୟ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

୨-ମିଠା ଜାତୀୟ ଖାଦ୍ୟ: ଦ୍ୱିତୀୟତଃ ମଙ୍ଗଳବାର ଦିନ ଯିଏବି ଆପଣଙ୍କୁ ମିଠାଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତି ତ,ତେବେ ଆପଣ ତାହାକୁ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଉକ୍ତ ବ୍ୟକ୍ତି ଜଣଙ୍କର ଖରାପ ପ୍ରଭାବ ପଡ଼ିଥାଏ ବୋଲି କୁହାଯାଇଥାଏ। ହେଲେ ଯଦି ଉକ୍ତ ବ୍ୟକ୍ତିଜଣଙ୍କ ଆପଣଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାକୁ ଅତ୍ୟନ୍ତ ବାଧ୍ୟ କରନ୍ତି ,ତେବେ ଆପଣ ସେଥିରୁ ଟିକିଏ ମିଠା ଆଣି  ବାହାରେ ପକାଇକି ଖାଆନ୍ତୁ।

Revi’s Foodography

୩-ସବୁଜ ପନିପରିବା ଓ ଅଣ୍ଡା: ବୁଧବାର ଦିନ ଅନ୍ୟ ଦ୍ୱାରା ଦିଆଯାଇଥିବା ସବୁଜପନିପରିବା ଏବଂ ଅଣ୍ଡା ଖାଆନ୍ତୁ ନାହିଁ। ଏହା ବି ଆପଣଙ୍କ ଦୁର୍ଭାଗ୍ୟକୁ ଡ଼ାକି ଆଣିଥାଏ ବୋଲି ବିଶ୍ୱାସ ରହିଛି।

୪-ହଳଦିଆ ରଙ୍ଗର ଜିନିଷ: ଏଥିସହିତ ଗୁରୁବାର ଦିନରେ କାହାଦ୍ୱାରା ଦିଆଯାଇଥିବା ହଳଦିଆ ରଙ୍ଗର ଜିନିଷକୁ ି ବ୍ୟବହାର କରନ୍ତୁ ନାହିଁ, ଯାହାକି ଅଶୁଭର ସଂଙ୍କେତ ହୋଇଥାଏ।

୫-ଫୁଲ,ରୁମାଲ୍‌ ଓ ଅତର: ଏହାସହିତ ଆପଣ ଶୁକ୍ରବାର ଦିନ କାହାଦ୍ୱାରା ଦିଆଯାଇଥିବା ଫୁଲ,ରୁମାଲ୍‌ ଓ ଅତରର ବ୍ୟବହାର ମଧ୍ୟ  କରନ୍ତୁ ନାହିଁ। ଏହା ଅଶୁଭ ପ୍ରଭାବ ପକାଇଥାଏ।

Sweet Fern

୬-ଲୁହା ଜିନିଷ କିମ୍ବା କଳା ରଙ୍ଗର କପଡ଼ା:ଶନିବାର ଦିନ ଆପଣ ଲୁହାରେ ପ୍ରସ୍ତୁତ କୌଣସି ବସ୍ତୁ କିମ୍ବା କଳା ରଂଙ୍ଗର କପଡ଼ା କାହାରି ଠାରୁ ଉପହାର ରୂପରେ ଗ୍ରହଣ କରନ୍ତୁ ନାହିଁ। କାରଣ ଏପରି କରିବା ବ୍ୟକ୍ତି  ଲାଗି ଖୁବ୍‌ ଅଶୁଭ ହୋଇଥାଏ ବୋଲି  ବିଚାର କରାଯାଏ।

୭-ତମ୍ବାରେ ପ୍ରସ୍ତୁତ ଜିନିଷ ଓ ଅଟାରେ ପ୍ରସ୍ତୁତ ଖାଦ୍ୟପଦାର୍ଥ: ଏହାସହିତ ରବିବାର ଦିନ ଆପଣ ତମ୍ବାରେ ପ୍ରସ୍ତୁତ କୌଣସି ଜିନିଷ,ଅଟାରେ ପ୍ରସ୍ତୁତ ଖାଦ୍ୟପଦାର୍ଥ ମଧ୍ୟ କାହାଠାରୁ ଗ୍ରହଣ କରନ୍ତୁ ନାହିଁ।

୮-ଧଳା ରଙ୍ଗର ମିଠା: ଅଷ୍ଟମରେ ଆପଣ କାହାରିଠୁ କେବେ ବି ଧଳା ରଙ୍ଗର ମିଠାକୁ ଖାଆନ୍ତୁ ନାହିଁ। ଆଉ ଯଦି ଆପଣଙ୍କ ଘରକୁ କେହି ବ୍ୟକ୍ତି ଧଳା ରଙ୍ଗର ମିଠା ନେଇକରି ଆସନ୍ତି ତ,ତେବେ ଆପଣ ତାହାକୁ ଖାଇବା ପୂର୍ବରୁ ସେଥିରୁ କିଛି ଅଂଶ ଘର ବାହାରରେ ପକାଇଦିଅନ୍ତୁ।

୯-ଲେମ୍ବୁ: ଏତଦ୍‌ବ୍ୟତୀତ ଆପଣ କେବେ ବି କାହାରି ଠାରୁ ଲେମ୍ବୁ ଉଦ୍ଧାରରେ ଆଣି ତାହାର ଉପଯୋଗ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ସଂପର୍କ ଉପରେ ତାହାର ଖରାପ ପ୍ରଭାବ ପଡ଼ିଥାଏ ବୋଲି କଥିତ ରହିଛି।

Reader’s Digest

 

ସମ୍ବନ୍ଧିତ ଖବର