ଏହି ୩ଟି ସ୍ୱପ୍ନକୁ ଭୁଲ୍‌ରେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ

ସାଧାରଣତଃ ଶୋଇବା ସମୟରେ ପ୍ରତ୍ୟେକ ଲୋକଙ୍କୁ ସ୍ୱପ୍ନ ଆସିଥାଏ। ଯେଉଁ ସ୍ୱପ୍ନରେ କି ବହୁତ କିଛି ରହସ୍ୟ ଲୁଚିକରି ରହିଥାଏ। ସ୍ୱପ୍ନ ଆସିବା ବି ସ୍ୱାଭାବିକ। କାରଣ ସ୍ୱପ୍ନ ଉପରେ ମଣିଷର ନିୟନ୍ତ୍ରଣ ନ ଥାଏ। ମଣିଷ ଉଭୟ ଭଲ ଆଉ ଖରାପ ସ୍ୱପ୍ନ ଦେଖିଥାଏ। କୁହାଯାଏ,ଏହି ସ୍ୱପ୍ନର ବି ବ୍ୟକ୍ତିର ଜୀବନ ସହିତ କିଛି ନା କିଛି ସମ୍ବନ୍ଧ ରହିଥାଏ। କିଛି ସ୍ୱପ୍ନ ଆମ ଜୀବନକୁ ଆସୁଥିବା ଖରାପ ସମୟରି ସଂକେତ ଦେଇଥାଏ। ହେଲେ ଆଉ କିଛି ସ୍ୱପ୍ନର ଅର୍ଥକୁ ଆମେ ଜାଣିପାରି ନ ଥାଉ। ଆଜି ଆମେ ଆପଣଙ୍କୁ ଏମିତି ୩ଟି ସ୍ୱପ୍ନ ବିଷୟରେ ଜଣାଇବୁ,ଯାହାକୁ ଅନ୍ୟ ଆଗରେ ପ୍ରକାଶ କରିବା ଆଦୌ ଉଚିତ୍‌ ହୋଇନଥାଏ।

୧-ଆପଣ ଯଦି ସ୍ୱପ୍ନରେ ନିଜର ମୃତ୍ୟୁ ବିଷୟରେ ଦେଖୁଥା’ନ୍ତି ତ,ତେବେ ଏହାକୁ କାହାକୁ କୁହନ୍ତୁ ନାହିଁ। କାରଣ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଅର୍ଥାତ୍‌ ଆପଣ ଯଦି ଏପରି ସ୍ୱପ୍ନ ଦେଖୁଛନ୍ତି ତ,ତେବେ ଜାଣନ୍ତୁ ଯେ ଆପଣଙ୍କର କୌଣସି ସମସ୍ୟା ଦୂର ହେବାକୁ ଯାଉଛି ! ହେଲେ ଆପଣ ଯଦି ଏହି ସ୍ୱପ୍ନ ବିଷୟରେ ଅନ୍ୟକୁ କହିଦିଅନ୍ତି ତେବେ ଏହି ସ୍ୱପ୍ନର ପ୍ରଭାବ ନଷ୍ଟ ହୋଇଥାଏ।

Your Chinese Astrology

୨-ଏଥିସହିତ ଯଦି ଆପଣ ନିଜକୁ ସ୍ୱପ୍ନରେ କୌଣସି ଏକ ଜଙ୍ଗଲରେ ବୁଲୁଥିବାର କିମ୍ବା କୌଣସି ନଦୀ ପାଖରେ ବସିଥିବାର ଦେଖୁଛନ୍ତି ତ ତେବେ ଏହାକୁ କାହାରିକୁ ଜଣାନ୍ତୁ ନାହିଁ। ଏହାର ଅର୍ଥ ଏହା ହୋଇଥାଏ ଯେ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଅଛି।

Starr Dreams

୩- ଏହା ସହିତ ଆପଣଙ୍କ ସ୍ୱପ୍ନରେ ଯଦି ସର୍ପ ଦେଖାଯାଏ ତ,ତେବେ ଜାଣନ୍ତୁ କି ଆପଣଙ୍କ ଜୀବନରେ ମାନ-ସମ୍ମାନର ବୃଦ୍ଧି ହେବାକୁ ଯାଉଛି। ଆଉ ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟକୁ ଜଣାନ୍ତି, ତେବେ ଏହାର ପ୍ରଭାବ ନଷ୍ଟ ହୋଇଥାଏ।

Dream of Snakes
ସମ୍ବନ୍ଧିତ ଖବର