ଏହି ଫେକ୍‌ ନ୍ୟୁଜ୍‌ ଏବେ ଚର୍ଚ୍ଚାରେ: ମୋଦିଙ୍କ ସମ୍ପତ୍ତି ଲିକ୍‌, ବର୍ଷେ ଭିତରେ ୬୬ ପ୍ରତିଶତ ବୃଦ୍ଧି!

ନୂଆଦିଲ୍ଲୀ: ନକଲି ଖବର ପ୍ରଚାର କରୁଥିବା ସାମ୍ବାଦିକମାନଙ୍କ ମାନ୍ୟତା ରଦ୍ଦ କରିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେରେଇ ନେବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ଏହି ମାମଲା ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଏବଂ ପ୍ରେସ୍‌ ସଂଗଠନ ଉପରେ ନ୍ୟସ୍ତ କରାଯାଉ।

ନିକଟରେ କେତେକ ନକଲି  ଖବର ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେବା ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ଏପରିକି ଗଣମାଧ୍ୟମ ଉପରେ ଲଗାମ ଲଗାଇବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ସୋସିଆଲ୍‌ ମିଡିଆରେ ଏପରି ବହୁ ନକଲି ଖବର ଘୂରୁଛି ଯାହାକୁ ନେଇ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ସେହି ଖବର ଭିତରେ ଗୋଟାଏ ମୋଦିଙ୍କ ସଂପର୍କିତ ଖବର ମଧ୍ୟ ରହିଛି। ସୋସିଆଲ୍‌ ମିଡିଆରେ ଏକ ଖବର ଘୂରି ବୁଲୁଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପତ୍ତିକୁ ଏକ ସାଇବର୍‌ େଓ୍ଵବ୍‌ସାଇଟ୍‌ ଲିକ୍‌ କରିଦେଇଛି। ଆହୁରି ବି ଉକ୍ତ ଖବରରେ ଉଲ୍ଲେଖ କରାଯାଇଛି ଯେ ଗୋଟାଏ ବର୍ଷ ମଧ୍ୟରେ ମୋଦିଙ୍କ ସମ୍ପତ୍ତି ୬୬ ପ୍ରତିଶତ ବୃଦ୍ଧି ପାଇଛି। ଏଥିରେ ମୋଦିଙ୍କ ସମ୍ପତ୍ତି କେଉଁ ବର୍ଷ କେତେ ଥିଲା ଏବଂ ପର ବର୍ଷ କେତେ ବୃଦ୍ଧି ପାଇଛି ଆଦି ବିସ୍ତତ ଭାବେ ବର୍ଣ୍ଣନା କରାଯାଇଛି। ମାତ୍ର ଏହା ସଂପୂର୍ଣ୍ଣ ଭାବେ ନକଲି ଖବର ବୋଲି ସୂଚନା ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର