ଗର୍ଲଫ୍ରେଣ୍ଡ ଆପଣଙ୍କୁ ଏ ସବୁ କଥା ଲୁଚାଉଛନ୍ତି କି ?

ଅନେକ ସମୟରେ ବୟଫ୍ରେଣ୍ଡ୍‌ ଗର୍ଲଫ୍ରେଣ୍ଡ୍‌ଙ୍କୁ କିଛି କଥା ଲୁଚାଇଥାଆନ୍ତି। ଠିକ୍‌ ସେହିଭଳି ଗର୍ଲଫ୍ରେଣ୍ଡ୍‌ ବି ନିଜର କିଛି କଥା ଲୁଚାଇବାକୁ ଚେଷ୍ଟା କରନ୍ତି। ତେବେ ଆସନ୍ତୁ ଜାଣିବା ଯୁବତୀମାନେ କେଉଁ କଥା ସହଜରେ ଲୁଚାନ୍ତି।

‘ଦି ରିଚେଷ୍ଟ୍‍’ ପତ୍ରିକା ଅନୁଯାୟୀ ଯଦି ଆପଣ ଗର୍ଲଫ୍ରେଣ୍ଡଙ୍କ ସମ୍ମୁଖରେ ଅନ୍ୟ କୌଣସି ଯୁବତୀଙ୍କର ପ୍ରଶଂସା କରନ୍ତି ,ସେହି ସମୟରେ ସେ କିଛି ପ୍ରତିକ୍ରିୟା ବ୍ୟକ୍ତ କରି ନ ଥା’ନ୍ତି କିନ୍ତୁ ପରେ ମିଛରେ କହିଥା’ନ୍ତି ମୋର ସେଥିରେ କିଛି ସମସ୍ୟା ନାହିଁ। ପ୍ରକୃତରେ ଏକଥାକୁ ସହଜରେ ଗ୍ରହଣ କରିନ ଥାନ୍ତି ଗର୍ଲଫ୍ରେଣ୍ଡ୍‌।

ଯୁବତୀମାନେ ଅନେକ ସମୟରେ କହିଥା’ନ୍ତି ଯେ ସେ ମେକ୍‌ଅପ୍‌ ନେଇ ନଥାନ୍ତି ବା ନିଜ ତ୍ୱଚା ଉପରେ ବିଶେଷ ଧ୍ୟାନ ଦେଇ ନ ଥାନ୍ତି, କିନ୍ତୁ ପ୍ରକୃତରେ ସ୍ଥିତି ଠିକ୍‌ ବିପରୀତ ହୋଇଥାଏ।

Pixnio

ଗର୍ଲଫ୍ରେଣ୍ଡ୍‌ କେବେ ବି ଚାହାଁନ୍ତି ନାହିଁ ଯେ ତାଙ୍କୁ ଛାଡ଼ି ବୟଫ୍ରେଣ୍ଡ୍‌ ତାଙ୍କ ସାଙ୍ଗମାନଙ୍କ ସହିତ ସମୟ ବିତାନ୍ତୁ। ବୟଫ୍ରେଣ୍ଡ୍‌ ସେଭଳି କରୁଥିଲେ ନିଜର ମନକଥାକୁ ଲୁଚାଇବା ପାଇଁ ଗର୍ଲଫ୍ରେଣ୍ଡ୍‌ କହିଥା’ନ୍ତି, ଯାଅ ଯାଅ..ସାଙ୍ଗମାନଙ୍କ ସହ ମସ୍ତି କର,ମୁଁ ତମର କିଏ?

ଯୁବତୀମାନେ ବୟଫ୍ରେଣ୍ଡ୍‌ଙ୍କୁ କହନ୍ତି ଯେ ତାଙ୍କୁ ସ୍ପେସ୍‌ ଦେବାକୁ ପ୍ରସ୍ତୁତ। କିନ୍ତୁ ସତ୍ୟତା ହେଉଛି ଯେ ଗର୍ଲଫ୍ରେଣ୍ଡ୍‌ ଚାହାଁନ୍ତି କି ବୟଫ୍ରେଣ୍ଡ୍‌ ତାଙ୍କ ସହ ନିୟମିତ ଚାଟ୍‌ କରନ୍ତୁ।

Best Friend Tag Questions

ଗର୍ଲଫ୍ରେଣ୍ଡ୍‌ ଅନେକ ସମୟରେ କହିଥାନ୍ତି,‘ତମର ଯାହା ଇଛା ତା’ କର’,କିନ୍ତୁ ପ୍ରକୃତ କଥା ହେଲା ଯେ,ସେ ଚାହାନ୍ତି ବୟଫ୍ରେଣ୍ଡ୍‌ ତାଙ୍କ କଥା ମାନନ୍ତୁ।

ସମ୍ବନ୍ଧିତ ଖବର