ଯଦି ବାରମ୍ବାର ଥଣ୍ଡା, ସର୍ଦ୍ଦି, କାଶ ବା ତଣ୍ଟିବ୍ୟଥା ହେଉଛି, ଆଉ ଔଷଧ ଖାଇବା ଦରକାର ନାହିଁ, ଏହି ସବୁ ଖାଦ୍ୟରୁ ମିଳିବ ଆରାମ

ଥଣ୍ଡା-ସର୍ଦ୍ଦି ଓ କାଶ ପାଇଁ ସର୍ବଦା ଡାକ୍ତରୀ ଔଷଧ ଖାଇବା ଦ୍ୱାରା ସାଇଡ୍‌ ଇଫେକ୍ଟ୍‌ର ଆଶଙ୍କା ଥାଏ। ଏଥିପାଇଁ ଘରୋଇ ଉପଚାର ଆପଣେଇବା ଭଲ।

କ୍ଷୀର ଓ ଗୋଲମରିଚ: ଏକ ଗିଲାସ ଗରମ କ୍ଷୀରରେ ଏକ ଚୁଟୁକି ଗୋଲମରିଚ ଗୁଣ୍ଡ ଓ ଏକ ଚାମଚ ମହୁ ମିଶାଇ ରାତରେି ଶୋଇବା ସମୟରେ ପିଅନ୍ତୁ।

ଅଦା: ୧୦୦ ଗ୍ରାମ୍‌ ଅଦାକୁ ପେଷି ଏଥିରେ ୨-୩ ଚାମଚ ମହୁ ମିଶାଇ ଏହି ପେଷ୍ଟ୍‍କୁ ଦୁଇ-ଦୁଇ ଚାମଚ କରି ଦିନକୁ ଦୁଇଥର ନିଅନ୍ତୁ।

ହଳଦୀ: ଏହା ଆଣ୍ଟି ଅକ୍‌ସିଡେଣ୍ଟ୍‌ ଭଳି କାମ କରେ। ଏକ ଗ୍ଲାସ୍‌ ଗରମ କ୍ଷୀରରେ ଏକ ଚାମଚ ହଳଦୀ ଓ ମହୁ ମିଶାଇ ପିଅନ୍ତୁ।

ହର୍ବାଲ ଚା’: ଏକ ଗ୍ଲାସ୍‌ ପାଣିରେ ୨-୪ଟି ଲବଙ୍ଗ, ୨-୪ ଗୋଲମରିଚ ଓ ଛୋଟ ଅଦା ଖଣ୍ଡ ମିଶାଇ ଫୁଟାନ୍ତୁ। ଏଥିରେ ଏକ-ଏକ ଚାମଚ ଲେମ୍ବୁ ରସ ଓ ମହୁ ମିଶାଇ ଦିନକୁ ୨-୩ ଥର ପିଅନ୍ତୁ।

ରସୁଣ: ସକାଳୁ ଉଠିଲା ପରେ ୩-୪ କୋଲା ରସୁଣ ଚୋବାଇ ଖାଆନ୍ତୁ। ଏହାର ଆଣ୍ଟି ବ୍ୟାକ୍ଟିରିୟଲ୍‌ ତତ୍ତ୍ୱ କଫ ଓ କାଶକୁ ଦୂର କରିବାରେ ସାହାଯ୍ୟ କରେ।

ସମ୍ବନ୍ଧିତ ଖବର