ଶୀତଦିନିଆ ଥଣ୍ଡା, ସର୍ଦ୍ଦି, କାଶ ଓ ତଣ୍ଟିବ୍ୟଥାର ଘରୋଇ ଉପଚାର

ଏହି ୧୦ଟି ଜିନିଷରୁ ମିଳିବ ସମ୍ପୂର୍ଣ୍ଣ ଆରାମ

ଥଣ୍ଡା, ସର୍ଦ୍ଦି ଓ କାଶ ପାଇଁ ଆମେ ସବୁବେଳେ ଡାକ୍ତରୀ ଔଷଧ ଖାଇଥାଉ ଯାହା ବେଳେବେଳେ ସାଇଡ୍‌ ଇଫେକ୍ଟ୍‌ର ଆଶଙ୍କା ମଧ୍ୟ ରହିଥାଏ। ସେଥିପାଇଁ ଘରୋଇ ଉପଚାର ଆପଣାଇ ସୁସ୍ଥ ରୁହନ୍ତୁ।

 

 

କ୍ଷୀର ଓ ଗୋଲମରିଚ: ଏକ ଗିଲାସ ଗରମ କ୍ଷୀରରେ ଟିକିଏ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ରାତରେ ଶୋଇବା ସମୟରେ ପିଅନ୍ତୁ।

 

ଅଦା: ୧୦୦ ଗ୍ରାମ୍‌ ଅଦାର ପେଷ୍ଟ ତିଆରି କରି ଏଥିରେ ୨-୩ ଚାମଚ ମହୁ ମିଶାଇ ଏହି ପେଷ୍ଟ୍‍କୁ ଦୁଇ ଚାମଚ ଲେଖାଏଁ ଦିନକୁ ଦୁଇଥର ଖାଆନ୍ତୁ।

 

ହର୍ବାଲ ଚା’: ଏକ ଗ୍ଲାସ୍‌ ପାଣିରେ ୨-୪ ଟି ଲବଙ୍ଗ, ୨-୪ ଗୋଲମରିଚ ଓ ଛୋଟ ଅଦା ଖଣ୍ଡେ ପକାଇ ଫୁଟାନ୍ତୁ। ଏଥିରେ ୧ ଚାମଚ ଲେମ୍ବୁ ରସ ଓ ୧ ଚାମଚ ମହୁ ମିଶାଇ ଦିନକୁ ୨-୩ ଥର ପିଅନ୍ତୁ।

 

ରସୁଣ: ସକାଳୁ ଉଠିଲା ପରେ ୩-୪ କୁଲା ରସୁଣ ଭଲଭାବେ ଚୋବାଇ ଖାଆନ୍ତୁ। ଏଥିରେ ଆଣ୍ଟି-ବ୍ୟାକ୍ଟିରିୟଲ୍‌ ତତ୍ତ୍ୱ ଥିବାରୁ କଫ ଓ କାଶକୁ ଦୂର କରିବାରେ ଖୁବ୍‌ ସାହାଯ୍ୟ କରିଥାଏ।

 

ଅଙ୍ଗୁର ରସ: ଅଙ୍ଗୁର ରସରେ ପ୍ରାକୃତିକ ଏକ୍ସ୍‍ପେକ୍ଟୋରେଣ୍ଟ୍‌ ରହିଛି। ୨ ଚାମଚ ଅଙ୍ଗୁର ରସରେ ସହ ୨ ଚାମଚ ମହୁ ମିଶାଇ ଦିନକୁ ତିନି ଥର ପିଅନ୍ତୁ।

 

ଗାଜର: ଏଥିରେ ଥିବା ଭିଟାମିନ୍‌ ସି ଓ ଆଣ୍ଟିଅକ୍‌ସିଡେଣ୍ଟ୍‌ସ ବେଶ୍‌ ଫାଇଦାଜନକ ହୋଇଥାଏ। ଏକ କପ୍‌ ଗାଜର ରସରେ ୨ ଚାମଚ ମହୁ ମିଶାଇ ଦିନକୁ ୩-୪ ଥର ପିଅନ୍ତୁ।

 

ସମ୍ବନ୍ଧିତ ଖବର