ଆୟୁର୍ବେଦରେ ପାକ୍-କଳା ସଂପର୍କୀତ ବିଭିନ୍ନ ପ୍ରକାରର ମସଲା ଓ ରୋଷେଇ ସାମଗ୍ରୀ ସଂପର୍କରେ ବର୍ଣ୍ଣିତ ହୋଇଛି। ତେବେ ତରକାରିରେ ଲୁଣ ନ ପକାଇ ଭୋଜନ ପ୍ରସ୍ତୁତର କଳ୍ପନା କରାଯାଇନପାରେ।
ଲୁଣ ସମୁଦ୍ରରେ ପ୍ରାପ୍ତ ହୋଇଥାଏ। ଆୟୁର୍ବେଦୀୟ ଦୃଷ୍ଟିରେ ଲବଣ ଚାରି ପ୍ରକାରର। ସମୁଦ୍ରରେ ପ୍ରାପ୍ତ ଦୁଇ ପ୍ରକାରର ଲୁଣ ବ୍ୟତୀତ ଅନ୍ୟ ଦୁଇ ପ୍ରକାରର ଲୁଣ ମଧ୍ୟ ଖାଦ୍ୟ ପ୍ରସ୍ତୁତିରେ ଉପଯୋଗ ହୋଇଥାଏ।
ସୈନ୍ଧବ ଲବଣହେଉଛି ଏକ ପ୍ରକାରର ଲୁଣ। ଏହାକୁ ପାହାଡି ଲୁଣ ବୋଲି ମଧ୍ୟ କୁହାଯାଇଥାଏ। ଏଥିରେ ଅନ୍ୟ ଖଣିଜ ଦ୍ରବ୍ୟ ଥିବା ହେତୁ ଏହାର ରଙ୍ଗ ମଧ୍ୟ ଭିନ୍ନ।ଏହାକୁ କଳା ଲୁଣ ମଧ୍ୟ କୁହାଯାଏ। କାରଣ ଏଥିରେ ଲୁହାତତ୍ତ୍ୱ ଓ ଗନ୍ଧକ ମିଶି କରି ରହିଥାଏ
ସାଧାରଣତଃ ଲୁଣ କଫ ଓ ପିତ୍ତବର୍ଦ୍ଧକ ତଥା ବାତରୋଧକ। ପାହାଡ଼ି ଲୁଣ ହଜମ କ୍ରିୟାକୁ ଅଧିକ ସୁସ୍ଥ କରିଥାଏ ଏବଂ ଭୋକ କମ୍ ହେଉଥିବାର ଉପଚାରରେ କାମ କରିଥାଏ। ଏହା କଫକୁ ବଢ଼ାଇନଥାଏ ।
Sambad is now on WhatsApp
Join and get latest news updates delivered to you via WhatsApp
ସାମୁଦ୍ରିକ ଲୁଣ ଓ ପାହାଡି ଲୁଣକୁ ଅଦଳ ବଦଳ କରି ପ୍ରୟୋଗ କରାଯାଇଥାଏ। ଯେଉଁ ଲୋକମାନଙ୍କଠାରେ ଆୟୋଡିନର ଅଭାବତା ପରିଲିକ୍ଷିତ ହୋଇଥାଏ,ସେମାନେ ସାମୁଦ୍ରିକ ଲୁଣ ଖାଇବା ଉଚିତ।