ଆଖିର ମେକ୍‌ଅପ୍‌ ନେଉଛନ୍ତି ତ , ଏ କଥା ନିଶ୍ଚିତ ମନେ ରଖନ୍ତୁ

ଯାହାର ଆଖି ଯେତେ ସୁନ୍ଦର ସେ ସେତେ ସୁନ୍ଦର। ଏ କଥା ବିଶେଷଭାବେ ମହିଳାମାନଙ୍କ ପାଇଁ ପ୍ରଯୁଜ୍ୟ। ନିଜର ଆଖିକୁ ଅଧିକ ଆକର୍ଷଣୀୟ କରିବାଲାଗି ମହିଳାମାନେ ସାଧାରଣତଃ ମେକ୍‌ ଅପ୍‌ ନେଇଥାନ୍ତି। ତେବେ ଏହି ସମୟରେ କେତେକ କଥା ପ୍ରତି ଧ୍ରାନ ଦେବା ଆବଶ୍ୟକ । ଆସନ୍ତୁ ଜାଣିବା ସେସବୁ କଥା …
୧-ଆଖି ଉପରେ ଯେଉଁ ମେକ ଅପ୍‌ ବ୍ୟବହାର କରୁଛନ୍ତି ,ତା’ ଯେପରି ଠିକ୍‌ ସ୍ଥାନରେ ଲାଗେ,ସେଥିପ୍ରତି ସତର୍କ ରହନ୍ତୁ। ଅନ୍ୟତ୍ର ଲାଗିଯାଇ ଥିଲେ,ତାକୁ ରିମୁଭର୍‌ କିମ୍ବା ତେଲ ଓ ତୁଳା ଜରିଆରେ ଛଡ଼ାଇ ଦିଅନ୍ତୁ।
୨-ଆଖିତଳେ କଳାଦାଗ କିମ୍ବା ଅନ୍ୟ କୌଣସି ଦାଗ ଥିଲେ,ତା’କୁ ଲୁଚାଇବା ଲାଗି ସ୍କିନ୍‌ ସିଲର୍‌ର ପ୍ରୟୋଗ କରନ୍ତୁ।
୩- ନିଜର ଆଇବ୍ରୋର ରଙ୍ଗ ସହିତ ମ୍ୟାଚ୍‌ କରୁଥିବା ପେନ୍‌ସିଲ୍‌ ବ୍ୟବହାର କରନ୍ତୁ।

photo-youtube

୪-ଆଖିପତାକୁ ଘନ ଓ ସୁନ୍ଦର କରିବାଲାଗି ନିଶ୍ଚିନ୍ତ ରୂପେ ମସ୍କରାର ପ୍ରୟୋଗ କରନ୍ତୁୁ।ଏହାକୁ ବ୍ରଶ୍‌ ସହୟତାରେ ଅନ୍ୟୁନ୍‌ ଦୁଇ କି ତିନିଥର ନିଶ୍ଚୟ ଭାବରେ ଲଗାନ୍ତୁ।
୫-ମୁହଁରେ ଫାଉଣ୍ଡେସନ୍‌ ଲଗାଇବା ପରେ ହାଲୁକା ପାଉଡ଼ର୍‌କୁ ପପ୍‌ ବ୍ରଶ୍‌ ମାଧ୍ୟମରେ ଲଗାନ୍ତୁ।

ସମ୍ବନ୍ଧିତ ଖବର