ପ୍ରତିଦିନ ନାଭିରେ ଲଗାନ୍ତୁ କିଛି ବୁନ୍ଦା ମହୁ, ମିଳିବ ଏସବୁ ଫାଇଦା

ନୂଆଦିଲ୍ଲୀ: ନାଭିରେ ମହୁ ଲଗାଇବା ଦ୍ବାରା ଚର୍ମ ସମସ୍ୟାରୁ ନେଇ ହଜମ ପ୍ରକ୍ରିୟା ସହିତ ଜଡିତ ସମସ୍ୟା  ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ହୋଇଥାଏ। ଏହା ଯେକୌଣସି ପ୍ରକାରର ସଂକ୍ରମଣକୁ ଦୂର କରିବାରେ ସହାୟକ ହୋଇଥାଏ। ନାଭିରେ ମହୁ ଲଗାଇଲେ ଚର୍ମର ଶୁଷ୍କତା ଏବଂ ବ୍ରଣ ସମସ୍ୟା ଦୂର ହୋଇଥାଏ ।

ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ନାଭିରେ ମହୁ ଲଗାନ୍ତୁ । ଏହା ତ୍ୱଚାକୁ କୋମଳ ରଖିବା ସହିତ ଔଜ୍ଜଲ୍ୟ ବୃଦ୍ଧି କରିଥାଏ। ଏହା ଚର୍ମର ଶୁଷ୍କତାକୁ ଦୂର କରିଥାଏ । ମହୁରେ ମଶ୍ଚରାଇଜିଂ ଗୁଣ ଅଛି, ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।  ବ୍ରଣ ଜନିତ ସମସ୍ୟା ଦୂର କରିବା ପାଇଁ ନାଭିରେ କିଛି ବୁନ୍ଦା ଶୁଦ୍ଧ ମହୁ ପକାନ୍ତୁ।

Benefits of putting honey on navel belly button | रोजाना नाभि पर लगाएं बस  थोड़ा सा शहद, मिलेंगे ये कमाल के फायदे | Hindi News, लाइफस्टाइल

ମହୁରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ରହିଛି । ଥଣ୍ଡା ଏବଂ ସଂକ୍ରମଣରୁ ଉପଶମ ପାଇଁ ମହୁ ଲାଭଦାୟକ ହୋଇଥାଏ। ଏଥିସହିତ ଏକ ବୁନ୍ଦା ଅଦା ରସ ଏବଂ ମହୁକୁ ମିଶାଇ ନାଭିରେ ଲଗାନ୍ତୁ। ଏହାଦ୍ବାରା ଅନେକ ଲାଭ ମିଳିଥାଏ। ନାଭିରେ ମହୁ ଲଗାଇଲେ ଏହା ସଂକ୍ରମଣରୁ ରକ୍ଷା କରିଥାଏ।

ସେହିପରି ମହୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ ହଜମ କ୍ରିୟା ଜିନିତ ସମସ୍ୟା ଦୂର ହୋଇଥାଏ । ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏହା ଏକ ଘରୋଇ ଉପଚାର ।

କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ମହୁ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ମହୁ ସହିତ ମିଶ୍ରିତ ଏକ ଗ୍ଲାସ କ୍ଷୀର ପିଇବା ଦ୍ୱାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ ।

ଆପଣ ଚାହାଁଲେ, ରାତିରେ ଶୋଇବା ସମୟରେ ମଧ୍ୟ ନାଭିରେ ମହୁ ଲଗାଇ ପାରିବେ।

ସମ୍ବନ୍ଧିତ ଖବର