ସ୍ୱାସ୍ଥ୍ୟ ସମ୍ବାଦ : କରୋନା ପ୍ରତିରୋଧର କେତେକ ସାଧାରଣ ଉପାୟ

ପ୍ରଫେସର ଡାକ୍ତର ଡି.ଏନ୍‌. ମହାରଣା

କରୋନା ରୋଗ ବର୍ତ୍ତମାନ କମିବାରେ ଲାଗିଥିଲେ ମଧ୍ୟ ଭାରତର କେତୋଟି ସହର ଯଥା ଦିଲ୍ଲୀ, ବମ୍ବେ ଓ କର୍ଣ୍ଣାଟକରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟା କମିନାହିଁ। ଦ୍ବିତୀୟ ପ୍ରକାର ସ˚କ୍ରମଣକୁ ପ୍ରତିରୋଧ କରିବା ପାଇଁ ଆମେ କେତେକ ବିଷୟ ପ୍ରତି ସତର୍କ ଦୃଷ୍ଟି ଦେବାକୁ ପଡ଼ିବ।

ପ୍ରଥମ ହେଉଛି ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରି। ରୁମାଲ, ଗାମୁଛା, ଇତ୍ୟାଦି ସେତେ ନିରାପଦ ନୁହେଁ। ସେଗୁଡ଼ିକ ବେଳେବେଳେ ଖସିଯାଇଥାଏ। ମାସ୍କ ସବୁଦିନେ ଧୋଇ ଶୁଖାଇ ବ୍ୟବହାର କରାଯାଇପାରେ। ନାକ ଓ ପାଟିକୁ ଭଲଭାବରେ ସଫା କରିବା ଉଚିତ୍‌। ନାକ ଫିଟିବା ପାଇଁ ବ୍ୟବହାର ହେଉଥିବା ନାଜାଲ୍‌ ଡ୍ରପ୍‌ ବଦଳରେ ନାକ ସାଲାଇନ୍‌ ଡ୍ରପ୍‌ ବ୍ୟବହାର କରିବା ଉଚିତ୍‌। ନାଜାଲ ଡ୍ରପ୍‌କୁ ନାକ ଭିତରେ ଛୁଇଁବା ଅନୁଚିତ୍‌। ସେହି ଦୃଷ୍ଟିରୁ ନାକ ସ୍ପ୍ରେ ନାକ ଡ୍ରପ୍‌ଠାରୁ ଅଧିକ ଉପାଦେୟ। ଦିନକୁ ୩ରୁ ୪ଥର ଉଷୁମ ପାଣିରେ ଲୁଣ ପକାଇ ନାକ ଭିତରକୁ ଏକ କପ୍‌ରେ ନେଇ ନାକ ଘଡ଼ଘଡ଼ କରି ବାହାର କରିବା ଉଚିତ୍‌। କିଛି ଲୋକ ଏକ ଲମ୍ବା ମୁହଁ ଥିବା ଢାଳରେ ପାଣି ନେଇ ତାକୁ ଅନ୍ୟ ନାକ ବାଟେ କାଢନ୍ତି। ଏହା କରିବା ଦ୍ବାରା ନାକ ଭିତରେ ଥିବା ଭୂତାଣୁ ଧୋଇ ହୋଇଯାଇଥାନ୍ତି। ଉଷୁମ ପାଣିରେ ବହୁତ ଭୂତାଣୁ ମରି ଯାଇଥାନ୍ତି। ପାଟି ଭିତରକୁ ସେହିପରି ଭୂତାଣୁ ମୁକ୍ତ କରିବାକୁ ପଡ଼ିବ। ଉଷୁମ ଲୁଣପାଣି କୁଳି ଦିନକୁ ୩ରୁ ୪ଥର କରିବା ଉଚିତ୍‌। ବିଭିନ୍ନ ପ୍ରକାର ଆଣ୍ଟି ସେପ୍‌ଟିକ୍‌ ଯୁକ୍ତ କୁଳି କରିବା ତଥା ତରଳ ପଦାର୍ଥ ବ୍ୟବହାର କଲେ ଆହୁରି ଭଲ।

ହାତ ଓ ପାଦରେ ଅନେକ ସମୟରେ ଭୂତାଣୁ ସବୁ ରହିଯାଇଥାଆନ୍ତି। ଶୋଇଲା ବେଳେ ନାକ ଓ ମୁହଁ ସ˚ସ୍ପର୍ଶରେ ଶରୀରର ସେହି ଅ˚ଶ ଆସିବା ଦ୍ବାରା ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ବାହାରୁ ଫେରିଲାପରେ ଓ ବହୁତ ଲୋକଙ୍କର ସହିତ ମିଶିବା ପରେ ଭଲକରି ଗାଧୋଇ ନେବା ଉଚିତ୍‌। ମୁଣ୍ତ ବାଳ ସଫା ରଖିବା ଉଚିତ୍‌। ତକିଆ ଖୋଳ, ବେଡ୍‌ସିଟ୍‌ ସଫା ରଖିଲେ ମୁଣ୍ତବାଳ ସଫା ରହେ। କାନ ଭିତରକୁ, ଗାମୁଛାକୁ ସ୍ପିରିଟରେ ଭିଜାଇ କାନଭିତର ସଫା କରିବା ଆବଶ୍ୟକ। ହାତକୁ ଧୋଇ ସଫା ରଖିବା ସହିତ ସାଧାରଣ ସ୍ଥାନରେ ଅନ୍ୟମାନଙ୍କଠାରୁ ୬ ଫୁଟ୍ ଦୂରତା ରଖିବା ଆବଶ୍ୟକ।

ଅନେକ ସମୟରେ ବାରମ୍ବାର ସାବୁନ୍‌ରେ ହାତ ଧୋଇଲେ ହାତ ଓ ନଖ ସବୁ ଶୁଖିଲା ହୋଇଯାଏ। ବେଳେବେଳେ ହାତ ପାପୁଲିର ଭିତର ଚର୍ମ ଫାଟିଯାଏ କିମ୍ବା ଖଦଡ଼ା ହୋଇଯାଏ। ଜୀବାଣୁ ସ˚କ୍ରମଣରେ ସମ୍ଭାବନା ଥାଏ। ଶୁଖିଲା ହାତରେ ନଡ଼ିଆ ତେଲ କିମ୍ବା କୌଣସି ମଏଶ୍ଚରାଇଜର କ୍ରିମ୍‌ କିମ୍ବା ଲହୁଣି ଲଗାଇଲେ ହାତ ଓ ନଖ ଶୁଖେ ନାହିଁ କିମ୍ବା ଫାଟେ ନାହିଁ। ଶୀତଦିନେ ଏହି ସବୁ ପଦାର୍ଥ ଲଗାଇ ହାତର ତ୍ବଚାକୁ ନରମ ରଖିବା ଉଚିତ୍‌। ଯେକୌଣସି ରୋଗାକ୍ରାନ୍ତ ଓ ପ୍ରାପ୍ତ ବୟସ୍କଙ୍କ ପାଇଁ ଘରେ ଅକ୍ସିଜେନ୍‌ ସିଲିଣ୍ତର ରଖିବା ଉଚିତ୍‌। ଶତକଡ଼ା ୯୪ରୁ ଅକ୍ସିଜେନ୍‌ କମ୍‌ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌। ସେହିପରି ହୃଦ୍‌ସ୍ପନ୍ଦନ ଗତି ୬୦ରୁ କମ୍‌ କିମ୍ବା ୧୧୦ରୁ ଅଧିକ ହେବା ଉଚିତ୍‌ ନୁହେଁ। କୌଣସି ସାମାଜିକ ଏକତ୍ରିକରଣଠୁ ଶୋଇବା ଘରକୁ ବାୟୁ ଚଳାଚଳ ଓ ସୂର୍ଯ୍ୟକିରଣ ପାଇଁ ଖୋଲା ରଖିବା ଆବଶ୍ୟକ। ସୁଷମ ଖାଦ୍ୟ ସେବନ ଓ ଦିନକୁ ଅତିକମରେ ୬ରୁ ୭ଘଣ୍ଟା ଶୋଇବା ଦ୍ବାରା କରୋନା ପ୍ରତିରୋଧକ ଶକ୍ତି ଜାତ ହୋଇଥାଏ।

ଜରାରୋଗ (ଜେରିଆଟ୍ରିକ) ବିଭାଗୀୟ ମୁଖ୍ୟ,
ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର