ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ସାମାଜିକ କ୍ଷେତ୍ରରେ ଯଶ ବୃଦ୍ଧି ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ମିତ୍ରଙ୍କ ସହଯୋଗରେ ଆପଣଙ୍କର ଉନ୍ନତି ହେବ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ବ୍ୟବସାୟୀ ନୂଆ ଯୋଜନା କରିବାରେ ବ୍ୟସ୍ତ ରହିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଗୁପ୍ତେଶ୍ୱର।

 

ମିଥୁନ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟ କ୍ଷେତ୍ରରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗ ଦେବାର ଅବସର ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ୱରୀ।

 


କର୍କଟ: ପୁରୁଣା ଚିନ୍ତା ଦୂର ହେବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀଙ୍କ ସହିତ ଦୃଢ଼ ମୁକାବିଲା କରିବେ। କ୍ୟାରିୟର୍‌ରେ ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ଜୀବନସାଥୀଙ୍କ ଠାରୁ ମୂଲ୍ୟବାନ ଉପହାର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।

 

ସିଂହ: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଶତ୍ରୁଙ୍କୁ ପରାସ୍ତ କରିବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବେ। ବ୍ୟବସାୟରେ ନୂଆ ପ୍ରସ୍ତାବରୁ ଲାଭ ମିଳିବା ଯୋଗ ରହିଛି। ଶୁଭରଙ୍ଗ: ଧୂସର। ଆରାଧନା: ସତ୍ୟନାରାୟଣ।

 

କନ୍ୟା: ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ବ୍ୟବସାୟରେ ଅଧିକ ଲାଭ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ନୂଆ ସାମଗ୍ରୀ କିଣିବା ପାଇଁ ସମୟ ଶୁଭ। ସନ୍ତାନଙ୍କ ଦାୟିତ୍ଵ ସଂପୂର୍ଣ୍ଣ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଶାରଳା।

 

 ତୁଳା: କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ରହିବ। ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ। ଆର୍ଥିକ ଲାଭ ହେବ। ନୂଆ ଘର କିଣିବା ବା ନିର୍ମାଣ ପାଇଁ ଯୋଜନା କରିବେ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମହାଦେବ।

 

 

ବିଛା: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ପ୍ରତିଟି କାମ ଖୁସିର ସହିତ କରିବେ। ପ୍ରଚୁର ମାତ୍ରାରେ ଧନାଗମ ହେବ। ବ୍ୟବସାୟରେ ବଡ଼ ଅର୍ଡର ପାଇବେ। ପରିବାରରେ ଖୁସିର ବାତାବରଣ ରହିବ। ସାହିତ୍ୟ ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

 

ଧନୁ: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଅଫିସ୍‌ରେ ଆପଣଙ୍କୁ ପ୍ରଶଂସା ମିଳିବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ମିଶି ପାରନ୍ତି। ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ; ଭବିଷ୍ୟତରେ ଲାଭ ପାଇବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କୀଚକେଶ୍ୱରୀ।

 

ମକର: ନୂଆ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଯିବାକୁ ଥିବା ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। ରାଜନୀତିରେ ଥିବା ବ୍ୟକ୍ତି ମାନ-ସମ୍ମାନ ପାଇବେ। ପ୍ରିୟ ବନ୍ଧୁଙ୍କ ସହିତ ସଂପର୍କ ନିବିଡ଼ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

 

କୁମ୍ଭ: ସକାରାତ୍ମକ ଭାବନାରେ ରହିଲେ ହିଁ କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ଅଜଣା ବ୍ୟକ୍ତିଙ୍କ ସହିତ ଆବଶ୍ୟକତା ଠାରୁ ଅଧିକ ମିଶନ୍ତୁ ନାହିିଁ। ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ମୀନ: ଆଗକୁ ବଢ଼ିବାର ଦିନଟିଏ। କାମ ଓ ପରିଶ୍ରମରୁ ପୂରା ଲାଭ ମିଳିବ। ପୁରୁଣା ବିବାଦରୁ ଆପଣଙ୍କୁ ଆରାମ ମିଳିବ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସମ୍ବନ୍ଧିତ ଖବର