ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତାର ନୂଆ ପାହଚରେ ପାଦ ରଖିବେ। ଆପଣଙ୍କ ପରାମର୍ଶ ଅନ୍ୟମାନେ ଗ୍ରହଣ କରିବେ। ଧନଲାଭର ନୂଆ ରାସ୍ତା ନଜର ଆସିବ। ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ବର।

ବୃଷ: ବ୍ୟକ୍ତିତ୍ବର ବିକାଶ ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼ଯନ୍ତ୍ର ରଚିବେ। ହେଲେ କିଛି କରିପାରିବେ ନାହିଁ। ବ୍ୟବସାୟରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ବଜାୟ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ପାଟଣେଶ୍ବରୀ।

ମିଥୁନ: ଆପଣ ଖୋଦ୍‌କୁ ଊର୍ଜାବାନ ଅନୁଭବ କରିବେ। ଯାହା ବି କାମ କରିବେ ଖୁବ୍‌ ଆରାମରେ ପୂରା ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଆପଣ ମାତା ପିତାଙ୍କ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯିବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କର୍କଟ: ଭାଗ୍ୟ ଉଜ୍ଜ୍ବଳ ରହିବ। ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ସାମାଜିକ କ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ପରିବାର ମାମଲାରେ ପରିବାର ସଦସ୍ୟଙ୍କ ସାହାଯ୍ୟ ପାଇବେ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ:ଧୂସର। ଆରାଧନା:ମାଆ ଶାରଳା।

ସି˚ହ: ଆପଣଙ୍କର ସବୁ କାମ ମନ ମୁତାବକ ପୂରା ହେବ। ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ଭୈରବୀ।

କନ୍ୟା: କାରବାରରେ ଉଢ଼ାଣ ଗଢ଼ାଣର ସ୍ଥିତି ଉତ୍ପନ୍ନ ହୋଇପାରେ। ପଇସା ସମ୍ବନ୍ଧିତ ବଡ଼ ଫଇସଲା ଭାବିଚିନ୍ତି ନିଅନ୍ତୁ। ଅଫିସରେ କୌଣସି ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ। ପିଲାମାନେ ବନ୍ଧୁଙ୍କ ସହିତ ଉଦ୍ୟାନକୁ ଖେଳିବାକୁ ଯିବେ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା:ମାଆ ଶାରଳା।

ତୁଳା: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। କୌଣସି ବିଶେଷ କାର୍ଯ୍ୟ ମିତ୍ରଙ୍କ ସାହାଯ୍ୟରେ ପୂରା ହେବ। ସେୟାର କିମ୍ବା ଜମି କିଣିବା ପାଇଁ ଭାବିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ରହିବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ:ସବୁଜ। ଆରାଧନା:ମାଆ ଭୈରବୀ।

ବିଛା: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜ୍ବୀବିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ବ୍ୟବସାୟରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବ। ପରିବାର ଲୋକମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ:ଧଳା। ଆରାଧନା:ମାଆ କାଳୀଯାଈ।

ଧନୁ: ଦିନଟି ଆତ୍ମବିଶ୍ବାସରେ ଭରା ରହିବ। ପଡ଼ାପଡେ଼ାଶି ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ। ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ସନ୍ତାନଙ୍କର ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ:ମେରୁନ। ଆରାଧନା:ଶ୍ରୀକୃଷ୍ଣ।

ମକର: ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ଭାଷା ଉପରେ ସ˚ଯମ ରଖନ୍ତୁ। ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଶୁଭରଙ୍ଗ:କ୍ରୀମ। ଆରାଧନା:ବାବା ଆଖଣ୍ତଳମଣି।

କୁମ୍ଭ: ସମୟ ଆପଣଙ୍କ ଲାଗି ଅନୁକୂଳ। ଆଜି କିଛି ନୂଆ କରିବା ପାଇଁ ଭାବିବେ। ସାମାଜିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ଖୁସି ପ୍ରାପ୍ତ ହେବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁଭରଙ୍ଗ:ଧଳା। ଆରାଧନା: ମହାଲକ୍ଷ୍ମୀ।

ମୀନ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ପାଇବେ। ଅଫିସରେ ଅଧିକ ପରିଶ୍ରମର ସ୍ଥଗିତ ଥିବା କାମ ପୂରା ହେବ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର