ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜରୁରୀ କାମ କରିବା ପୂର୍ବରୁ ଘରର ବଡ଼ଙ୍କ ଅନୁମତି ନିଅନ୍ତୁ। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ବୃଷ: ଟଙ୍କା ପଇସା ନେବା ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ଲୋକଙ୍କ ସହିତ ଭଲରେ ସମୟ ବିତିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମିଥୁନ: ମନ ଆଧ୍ୟାତ୍ମିକ ଚର୍ଚ୍ଚାରେ ଲାଗି ରହିବ। ଆପଣଙ୍କ କନ୍ୟା ଲାଗି ବର ଖୋଜା ପୂରା ହେବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

କର୍କଟ: ବରିଷ୍ଠ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଟ୍ରାଭେଲ୍‌ ଏଜେନ୍‌ସି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ବାକ୍ ସ˚ଯମ ରଖନ୍ତୁ।

ସି˚ହ: ବ୍ୟବସାୟ ସ୍ଥାନାନ୍ତର କରିବାକୁ ଇଚ୍ଛୁକ ଥିଲେ ପ୍ରଥମେ ଭଲ ଜାଗା ଦେଖି ନିଅନ୍ତୁ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ବହୁତ ଭଲ।

କନ୍ୟା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଜନତାଙ୍କ ମଧୢରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ଘର ଖର୍ଚ୍ଚ ବଢ଼ିପାରେ।

ତୁଳା: ଚାକିରିରେ ଥିବା ଓ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭଦାୟକ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।

ବିଛା: ସାମାଜିକ କାମ କରିବା ଲାଗି ଦିନଟି ଉତ୍ତମ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଆଶା କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ଧନୁ: ପୂଜାପାଠରେ ଅଧିକ ସମୟ ବିତିବ। ମନରେ ନବୀନ ଉତ୍ସାହ ସ˚ଚାର ହେବ। ବଡ଼ କ˚ପାନିରେ ଚାକିରିର ଡାକରା ଆସିବ। ପ୍ରିୟତମଙ୍କ ସହ ସମ୍ବନ୍ଧ ଭଲ ରହିବ।

ମକର: ପ୍ରଗତିରେ ଅବରୋଧ ହୋଇପାରେ। ଭଲ ଭାବରେ ଯାଞ୍ଚ କରି ପୁଞ୍ଜି ବଜାରରେ ନିବେଶ କରନ୍ତୁ। ପରିବାର ଦାୟିତ୍ବକୁ ଅବହେଳା କରନ୍ତୁ ନାହିଁ।

କୁମ୍ଭ: ଅଫିସରେ ଆପଣଙ୍କୁ ଅଧିକ କାମ କରିବାକୁ ପଡ଼ିପାରେ। ପ୍ରସାଧନ ଦୋକାନୀଙ୍କର ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ।

ମୀନ: ଯେଉଁ କାମ କରୁଛନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ, ନଚେତ ସମସ୍ୟା ହୋଇପାରେ। ପ୍ରିୟତମଙ୍କ ସହ ବାର୍ତ୍ତାଳାପରେ ସମୟ ବିତିବ।

ସମ୍ବନ୍ଧିତ ଖବର