ମେଷ: ରଚନାତ୍ମକ କାର୍ଯ୍ୟରେ ପ୍ରସିଦ୍ଧି ପାଇବେ। ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିବେ। ବ୍ୟବସାୟରେ ଆଶାଜନକ ଫଳ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଲେଖକଙ୍କ ଲାଗି ଭଲ ଦିନଟିଏ। କାରବାରରେ ଲାଗି ରହିଥିବା ସମସ୍ୟାର ନିବାରଣ ହେବ। ଜମି କିଣିବା ଲାଗି ଭାବି ପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ: ସିଭିଲ୍ ଇଂଜିନିୟରଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ବିବାଦ ହେବ।
କର୍କଟ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ।
ସିଂହ: ଅଧିକ ସମୟ କାମ କଲେ ଯାଇ ଅବଶିଷ୍ଟ କାମ ପୂରା ହେବ। ବିରୋଧୀମାନେ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟ କରିବେ। ବାଲ୍ୟବନ୍ଧୁ ସହିତ ମିଶିବା ପାଇଁ ମନ କହିବ।
କନ୍ୟା: କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ, କାମ ସହଜରେ ସଫଳ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ପାରିବାରିକ ଜୀବନ ସୁଖକର ହେବ।
ତୁଳା: ଆପଣଙ୍କର ଚେଷ୍ଟା ସଫଳ ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା କମ୍ ହେବ। ଆର୍ଥିକ ପକ୍ଷ ମଜଭୁତ ରହିବ। ବନ୍ଧୁ ଓ ପରିବାର ଲୋକଙ୍କ ସହିତ ଖୁସି ବାଣ୍ଟିବେ।
ବିଛା: ପରିବାରରେ କୌଣସି ଦାୟିତ୍ବ ତୁଲାଇବେ। ଗାୟକଙ୍କ ଲାଗି ଭଲ ଦିନଟିଏ। ସମାଜରେ ମାନ ସମ୍ମାନ ବଢ଼ିବ। ବେପାରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
ଧନୁ: ଅଫିସ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ପ୍ରଚୁର ମଧୁରତା ରହିବ।
ମକର: ଆପଣଙ୍କ ବିଚାର ସକାରାତ୍ମକ ରହିବ। ଯାହା ବି କାମ କରିବେ ସଫଳତା ପାଇବେ। କୌଣସି ବେପାରରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି।
କୁମ୍ଭ: ଭାବିଥିବା କାମ ଭାଇ ଭଉଣୀଙ୍କ ସହଯୋଗରେ ପୂରା ହୋଇଯିବ। ରାଜନୈତିକ ଲୋକଙ୍କ ଲାଗି ଭଲ ଦିନଟିଏ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ।
ମୀନ: ଅଫିସ କାମ ପୂରା କରିବାରେ ବ୍ୟସ୍ତ ରହିବେ। ଅଧିକାର ଜାହିର କରିବା ପ୍ରବୃତ୍ତିକୁ ନିୟନ୍ତ୍ରଣରେ ରଖନ୍ତୁ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ।