ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ। ବନ୍ଧୁମାନଙ୍କ ସହ ଖୁସିର ମୁହୂର୍ତ୍ତ କାଟିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

 

ବୃଷ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ବାପାମାଆ ଆପଣଙ୍କୁ କୌଣସି ଉପହାର ଦେବେ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟଦକ୍ଷତା ଦେଖି ଖୁସି ହେବେ।

ମିଥୁନ: ଅଫିସରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ। ଭଲ ଫଳ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ଜୀବନ ଭଲ ହେବ।

କର୍କଟ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। କୋର୍ଟ କଚେରି ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଉଚିତ ହେବ।

ସିଂହ: ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ରହିବେ। ବ୍ୟବସାୟୀଙ୍କର ଅଚାନକ ଧନଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

କନ୍ୟା: ଘରୋଇ କାମ ପୂରା କରିବା ଲାଗି ବରିଷ୍ଠଙ୍କ ମତ ନିଅନ୍ତୁ, ଫଳପ୍ରଦ ସାବ୍ୟସ୍ତ ହେବ। ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

 

ତୁଳା: ବକେୟା ଅର୍ଥ ପାଇବେ। ଅଫିସରେ ଅଧିକ କାମ କରିବା ଯୋଗୁଁ ଘରକୁ ଫେରିବାରେ ବିଳମ୍ବ ହେବ। କୌଣସି ଫଇସଲା କରିବା ପୂର୍ବରୁ ଘର ଲୋକଙ୍କ ମତ ନିଅନ୍ତୁ।

ବିଛା: ବାକିଥିବା ସରକାରୀ କାମ ପୂରା ହୋଇଯିବ। କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ, କାମରେ ଆସିବ। ଦାମ୍ପତ୍ୟ ଜୀବନରେ ନୂତନତା ଆସିବ।

 

ଧନୁ: ପରିବାରର ବଡ଼ ଦାୟିତ୍ବ ତୁଲାଇବେ। ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ଅଫିସ କାମରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ନବବିବାହିତ ଭ୍ରମଣ ଯୋଜନା କରିବେ।

 

ମକର: ଆପଣଙ୍କ ମନ ପସନ୍ଦ କଂପାନିରୁ ସାକ୍ଷାତକାର ପାଇଁ ଡାକରା ଆସିବ। ଧର୍ମକାର୍ଯ୍ୟରେ ଆପଣଙ୍କର ବହୁତ ଆସ୍ଥା ରହିବ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ।

 

କୁମ୍ଭ: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ଖ୍ୟାତି ବଢ଼ିବ। ଆପଣଙ୍କ ମନର କୌଣସି ବିଶେଷ ଇଚ୍ଛା ପୂରା ହେବ। ମନକୁ ସକାରାତ୍ମକ ରଖିବା ଲାଭଦାୟକ।

ମୀନ: ପରିଶ୍ରମ ବଳରେ ସଫଳତା ମିଳିବ। ବାଦ ବିବାଦ ଠାରୁ ନିଜକୁ ଦୂରରେ ରଖିବା ଦରକାର। ପିଲାମାନଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ଘରକୁ କୌଣସି ବନ୍ଧୁ ଆସିବେ।

ସମ୍ବନ୍ଧିତ ଖବର