ପାସ୍ କରିବା ପାଇଁ ପରୀକ୍ଷା ଖାତା ସହ ୫୦୦ଟଙ୍କା ଗୁନ୍ଥିଥିଲେ ଛାତ୍ର, ଶେଷରେ ଭୋଗିଲେ ଏହି ପରିଣାମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ଦେଶର ଶିକ୍ଷ‌ା ବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ସ୍କୁଲ-କଲେଜ ବନ୍ଦ ହେବା ସହ ପିଲାମାନଙ୍କୁ ଘରେ ରହିି ପାଠ ପଢ଼ିବାକୁ ପଡ଼ୁଛି। ଏବେ ସ୍ଥିତିରେ ଟିକେ ସୁଧାର ଆସିିଥିଲେ ବି ଦୁଇ ବର୍ଷର ବ୍ୟବଧାନ ପିଲାଙ୍କ ମାନସିକତାରେ ଅନେକ ପରିବର୍ତ୍ତନ ଆଣିଛି। ତେବେ ପାଠ ପଢ଼ାରେ ବାଧା ସୃୃଷ୍ଟି ହେବା ପରେ ଦ୍ବାଦଶ ବୋର୍ଡ ପରୀକ୍ଷାରେ ପାସ୍ କରିିବା ପାଇଁ ଜଣେ ଛାତ୍ର କରିଥିବା କାମ ଏବେ ଚର୍ଚ୍ଚାରେ ରହିଛି।

ସୂଚନା ମୁୁତାବକ, ଚଳିତ ବର୍ଷ ମେ’ ମାସରେ ଦ୍ବ‌ାଦଶ ବୋର୍ଡ ପରୀକ୍ଷାର ଫଳ ବାହାରିଥିଲା। ଏପ୍ରିଲ ମାସରେ ବୋର୍ଡ ପରୀକ୍ଷା ହୋଇଥିବା ବେଳେ ବିଜ୍ଞାନ ଷ୍ଟ୍ରିମ ନେଇଥିବା ଛାତ୍ରଜଣକ ରସାୟନ ବିଜ୍ଞାନ ପରୀକ୍ଷା ଖାତାରେ ୫୦୦ଟଙ୍କିଆ ‌ନୋଟ ଗୁନ୍ଥି ଦେଇଥିଲେ। ପରୀକ୍ଷା ଭଲ ନହେବାରୁ ପାସ୍ କରାଇଦେବାକୁ ଲେଖି ୫୦୦ଟଙ୍କା ରଖିଥିଲେ ଛାତ୍ର। ଖାତା ଦେଖୁଥିବା ଶିକ୍ଷକ ଛାତ୍ରଙ୍କ ଏଭଳି କାମ ଦେଖି ତୁରନ୍ତ ବୋର୍ଡ ସଦସ୍ୟଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ  ଜଣାଇଥିଲେ।

ସୂଚନା ପାଇ ଛାତ୍ରଙ୍କ ବିବୃତି ରେକର୍ଡ କରିବା ପରେ ବୋର୍ଡର ପରୀକ୍ଷା କମିଟି ତାଙ୍କ ଫଳାଫଳକୁ ଅଟକାଇବା ସହ ବର୍ଷେ ପାଇଁ ପରୀକ୍ଷା ଦେବା ନିଷେଧ କରିଛନ୍ତି।। ଦଣ୍ଡ ସ୍ୱରୂପ ତାଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚରେ ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ ପଡିବ। ଯଦିଓ ଦୁଇଟି ବିଷୟରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଜୁଲାଇରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଅନୁମତି ମିଳେ, କିନ୍ତୁ ଏହି ଛାତ୍ରଙ୍କୁ ଦଣ୍ଡ ମିଳିଥିବାରୁ ତାଙ୍କୁ ସପ୍ଲିମେଣ୍ଟାରୀ  ପରୀକ୍ଷା ପାଇଁ ଅନୁମତି ମିଳିନାହିଁ।

ସମ୍ବନ୍ଧିତ ଖବର