ମେଷ: ଆପଣଙ୍କ ମନ ପ୍ରସନ୍ନ ରହିବ। ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କାରବାରରେ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ। ନିଜର ଯୋଜନାକୁ ଗୋପନୀୟ ରଖନ୍ତୁ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।
ମିଥୁନ: ନୂଆ କାର୍ଯ୍ୟ ପାଇଁ ଆଗ୍ରହ ବଢ଼ିବ। ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ।
କର୍କଟ: ଜୀବନରେ କୌଣସି କ୍ଷେତ୍ରରେ ସୁଧାରେ ହେବ। ପଡ଼ୋଶୀ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।
ସିଂହ: ଦ୍ରୁତ ଗତିରେ କାରବାର ବୃଦ୍ଧି ପାଇବ। ଅଫିସରେ ଅଧୁରା ଥିବା କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ଲାଗି ମନରେ ଇଚ୍ଛା ହେବ।
କନ୍ୟା: ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଚେଷ୍ଟା କରିବେ। ଏକାଗ୍ରତା ସହ କରୁଥିବା କାମରେ ସଫଳ ହେବେ। କୌଣସି ସମାରୋହକୁ ଯିବା ପାଇଁ ଭାବି ପାରନ୍ତି।
ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟୀଙ୍କୁ ନୂଆ ଉତ୍ସ ମିଳିବ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।
ବିଛା: ନୂଆ କୌଶଳ ପ୍ରୟୋଗ କଲେ ବ୍ୟବସାୟ ବୃଦ୍ଧି ପାଇବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକେ ଭଲ ପ୍ରଦର୍ଶନ କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।
ଧନୁ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଧନ ସଂପଦ ବୃଦ୍ଧି ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ।
ମକର: ଜୀବନରେ କିଛି ପରିବର୍ତ୍ତନ ଆସିବ। ନୂଆ ଲୋକଙ୍କ ସହିତ ସଂଯତରେ ରୁହନ୍ତୁ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।
କୁମ୍ଭ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ବ୍ୟବସାୟରେ କୌଣସି ନୂଆ ଗ୍ରୁପ ସହିତ ଯୋଡ଼ିହେବାକୁ ଭାବି ପାରନ୍ତି। ଖେଳାଳିମାନଙ୍କ ଲାଗି ଦିନଟି ଭଲ।
ମୀନ: ଆପଣଙ୍କ ମନ ପ୍ରସନ୍ନ ରହିବ। ସରକାରୀ କାମରେ କୌଣସି ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। ବେପାରୀଙ୍କୁ ଧନଲାଭ ହେବ। ବୈବାହିକ ଜୀବନ ପ୍ରୀତିକର ହେବ।